Odiapua.com

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଅଞ୍ଚଳ ସୃଷ୍ଟି: ଏହି ଅଞ୍ଚଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର ୨୭-୭ (ଓଡ଼ିଆ ପୁଅ) ଉତ୍ତର ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟିହୋଇଥିବା ଘୂର୍ଣ୍ଣିବଳୟ ଆଜି ସକାଳେ ସମାନ ଅଞ୍ଚଳରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି କରିଛି। ବର୍ତ୍ତମାନ ଏହା ସମାନ ଅଞ୍ଚଳରେ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଉପକୂଳ ଏବଂ ବାଂଲାଦେଶ ସଲଗ୍ନ ଅଞ୍ଚଳରେ ଘନିଭୂତହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଧୀରେ ଧୀରେ ପଶ୍ଚିମ ଦିଗକୁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନାଦେଇଛି।

ଆସନ୍ତା ୧୮ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜଗତସିଂହପୁର, କଟକ ଜିଲ୍ଲା ଏହି ୧୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ବ୍ୟତୀତ ଉତ୍ତର ଓଡ଼ିଶା ଏବଂ ଦକ୍ଷୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟି ଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନାଥିବା ଆକଳନ କରିଛି ପାଣିପାଗ ବିଭାଗ।