ଡେରାଡୁନ୍ ୨୦-୧୦ (ଓଡ଼ିଆ ପୁଅ) ବୁଧବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କୁମାଓଁର ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗତ ତିନି ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ସମ୍ପୃକ୍ତ ଘଟଣାରେ ୪୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଧାମି, ରୁଦ୍ରପ୍ରୟାଗ, ନୈନିତାଲ ଏବଂ ଉଦାମ ସିଂ ନଗର ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବୁଧବାର ଦିନ ସେ ଖାତିମା, ଚମ୍ପୱାଟ ଏବଂ ଆଲମୋରା ପରିଦର୍ଶନ କରିବେ।
୪୬ ଜଣଙ୍କର ମୃତ୍ୟୁ, ୧୧ ଜଣ ନିଖୋଜ
ନୈନିତାଲ ପରେ, ଆଲମୋରା ଏବଂ ଚମ୍ପାୱାଟ ଜିଲ୍ଲାରେ କୁମାଓଁ ବିଭାଗରେ ସର୍ବାଧିକ କ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଧାମି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ସମ୍ବନ୍ଧୀୟ ଘଟଣାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୧ ଜଣ ନିଖୋଜ ଅଛନ୍ତି। ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବୁଧବାର ସନ୍ଧ୍ୟାରେ ଡେରାଡୁନରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବେ।
उत्तराखंड में आपदा से हुए नुकसान की व्यथित करने वाली खबरें आ रही हैं, मैं बाबा केदारनाथ से सभी के सुरक्षित होने की कामना करता हूँ। #Nainital #Uttarakhand pic.twitter.com/Wb2ZxvUsvR
— Bharat Singh – AAP (@BharatSinghAAP) October 20, 2021