ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍କୁଲ୍ ପରିସରରେ ସ୍କୁଲ୍ର ୧୪୩ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ସ୍କୁଲ୍ର ପ୍ରଧାନ ଶିକ୍ଷକ ଡ଼. ପ୍ରଫୁଲ୍ଲ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଅର୍ଥନୀତି ବିଶାରଦ ଅବସରପ୍ରାପ୍ତ ପ୍ରା୍ମାପକ ଓ ସ୍ତମ୍ଭକାର ଡ଼. ବଳରାମ ମିଶ୍ର ମୁଖ୍ୟବକ୍ତାର ଆସନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ସୌରେଶ ଚନ୍ଦ୍ର ମହାନ୍ତି, ପରିଚାଳନା କମିଟିର ସଭାପତି ସେକ୍ ମୋଜିବୁର ରହେମାନ, ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ, ୧୨ ନମ୍ବର ୱାର୍ଡ଼ର ପାରିଷଦ ହେମନ୍ତ ସାହୁ ତଥା ଜିଲ୍ଲା ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଗୟାଧର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଂଚାସୀନ ହୋଇଥିଲେ । ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସ୍କୁଲ୍ ଜୀବନରୁ ହିଁ ଛାତ୍ରଛାତ୍ରୀ ଉତ୍ତମ ବ୍ୟକ୍ତିତ୍ୱ, ଉତ୍କସ ଜୀବନ ଏବଂ ଆଦର୍ଶ ନାଗରିକତାର ପ୍ରଶିକ୍ଷଣ ଗ୍ରହଣ କରିଥାନ୍ତି । ସ୍କୁଲ୍ ହିଁ ଏକ ସଫଳ ତଥା ଉତ୍ତମ ମଣିଷ ହେବାର ଭିତ୍ତିଭୂମି ପ୍ରସ୍ତୁତ କରିଥାଏ ବୋଲି ମୁଖ୍ୟବକ୍ତା ତଥା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ପରିପ୍ରକାଶ କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ତପସ୍ୱିନୀ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ବରିଷ୍ଠ ଏବଂ କନିଷ୍ଠ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ସ୍କୁଲର ପରିଚାଳନା ସମିିତିର ବହୁ ସଦସ୍ୟ ଏବଂ ସଦସ୍ୟାଗଣ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲ୍ର ଶିକ୍ଷୟତ୍ରୀ ମିଲି ପରିଡ଼ା, ସୁଷମା ବେହେରା, ବସୁମତୀ ଧଳ, ପ୍ରୀତି ପ୍ରତିଭା ମିଞ୍ଜ୍, ପିପେଲ ନାୟକ, ସ୍ୱର୍ଣ୍ଣପ୍ରଭା ପ୍ରଧାନ ଏବଂ ଶିକ୍ଷକ ମୁରାଦ ଅଲ୍ଲୀ ଖାଁ, ସେଖ୍ ସମିଉଲ୍ଲା, ସିପୁ କୁମାର ସାହୁ, ଏବଂ ବିକାଶ ଓଝା ତଥା ବିଦ୍ୟାଳୟର ଶିକ୍ଷା କର୍ମଚାରୀ ଶ୍ରୀକାନ୍ତ କୁମାର ଦାସ, ଅମରେନ୍ଦ୍ର କୁମାର ରାଉତ ଏବଂ ନିତ୍ୟାନନ୍ଦ ଯେନା ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ଉତ୍ତମ ବ୍ୟକ୍ତିତ୍ୱ, ଉତ୍କସ ଜୀବନ ଏବଂ ଆଦର୍ଶ ନାଗରିକତାର ଭିତ୍ତିଭୂମି ହିଁ ସ୍କୁଲ୍, ଭଦ୍ରକ ଜିଲ୍ଲା...