Home ଜିଲ୍ଲା ପରିକ୍ରମା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ଦାବୀ, ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ଦାବୀ, ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

23

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାର ସର୍ବପୂରାତନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକମାନଙ୍କ ବୃତ୍ତିଗତ ସମସ୍ୟା ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ଆଜି ସକାଳ ୧୦ ଘଟିକା ରୁ ୧ ଘଟିକା ପର୍ଯ୍ୟନ୍ତ ଏହି ଧାରଣା ଓ ପ୍ରତିବାଦ ସଭା ଜିଲ୍ଲା ସଭାପତି ରବି ନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅନ୍ୟ ରାଜ୍ୟ ପରି ଓଡିଶାରେ ବୟସ୍କ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ, ଅଧିସ୍ୱୀକୃତି କମିଟି ପୁନଃଗଠନ ଓ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ,ପ୍ରବତିର୍ତ୍ତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ପଚିଶି ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନିର୍ଭରଶୀଳ ସନ୍ତାନମାନଙ୍କୁ ସାମିଲ ଓ ପ୍ରେସ୍ ଏକାଡ଼େମୀ ଗଠନ ସହ ଭୁବନେଶ୍ୱରରେ ଏକାଡ଼େମୀ କାର୍ଯ୍ୟାଳୟ ସ୍ଥାପନ ଭଳି ୫ ଦଫା ଦାବି ନେଇ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ତଥା ମୁଖ୍ୟ ଉପଦେଷ୍ଟା ପ୍ରମୋଦ ରାୟ, ଖବରଦାତା ଅପୂର୍ବ ରଂଜନ ବେହେରା, ଦୈତାରୀ ମହାପାତ୍ର, ସନାତନ ରାଉତ,ପ୍ରଭାତ ଦାଶ,ରାଜେଶ ଦାସ, ସୁଧାକର ଦାଶ,ଆଶିଷ କୁମାର ମହାନ୍ତି,ଅମର ନାୟକ,ରାମ ନାରାୟଣ ମହାନ୍ତି.ସୁଜୟ ପାକଳ,ସୁଶାନ୍ତ ରାଉତ, ଗୌରାଙ୍ଗ ଦାଶ,ସନ୍ତୋଷ ଦାସ,ନୀରୋଦ ଦାଶ,ଦୀପ୍ତି ରଂଜନ ନାୟକ,ଶ୍ୟାମସୁନ୍ଦର ମହାପାତ୍ର,ମନୋରଂଜନ ବାରିକ,ଅଭୟ ସାହୁ,ମତ୍ୟୁଂଜୟ ସେନାପତି,ରାଜୁ ଜେନା,ଶୁଭଦୀପ ମଲ୍ଲିକ, ଅତନୁ ପାତ୍ର, ମାନସ ଜେନା, ଅଂଶୁମାନ ମହାପାତ୍ର, ଦୁର୍ଗାଚରଣ ସାମଲ, ଅମ୍ଳାନ କୁମାର ପଣ୍ଡା, ତପନ କୁମାର ସାହୁ, ପ୍ରଦୀପ କୁମାର ରାଉତ, ଅଶ୍ୱିନୀ ପାଢୀ ପ୍ରମୁଖ ୭୦ରୁ ଉର୍ଦ୍ଧ ସାମ୍ବାଦିକ ଏହି ପ୍ରତିବାଦ ସଭାରେ ଯୋଗଦେଇଥିଲେ । ରାଜ୍ୟ ସଭାପତି ବିଭୁତିଭୂଷଣ କର ଙ୍କ ନିର୍ଦ୍ଦେଶରେ ଏହି ପ୍ରତିବାଦ ସଭା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ମୂଖ୍ୟ କାର୍ଯ୍ୟାଳୟ ଅନୁଷ୍ଠତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.