Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସ୍ୱପ୍ନର ଶାନ୍ତି ନିକେତନ ଭଦ୍ରକ ମହାବିଦ୍ୟାଳୟ, ଗଣଦୌଡ଼ରୁ ପ୍ଲାଟିନମ୍...

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସ୍ୱପ୍ନର ଶାନ୍ତି ନିକେତନ ଭଦ୍ରକ ମହାବିଦ୍ୟାଳୟ, ଗଣଦୌଡ଼ରୁ ପ୍ଲାଟିନମ୍ ଜୁବୁଲିର ଶୁଭାରମ୍ଭ, ଏକ ବର୍ଷ ଧରି ରହିବ ଉତ୍ସବର ମାହୋଲ

28

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନର ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜ୍ୟର ଦ୍ୱିତୀୟ ସର୍ବ ପୁରାତନ ମହାବିଦ୍ୟାଳୟ ଭାବେ ତାର ସ୍ୱର୍ଣ୍ଣିମ ସ୍ୱାକ୍ଷର ବହନ କରିଚାଲିଛି। ଚଳିତ ମାସ ୬ ତାରିଖ ଅର୍ଥାତ୍ ଗତକାଲି ଏହି ଐତିହ୍ୟସମ୍ପନ୍ନ ମହାବିଦ୍ୟାଳୟ ତାର ପ୍ରତିଷ୍ଠା ଦିବସ ପାଳନ କରିଛି। ଭଦ୍ରକର ବିଶିଷ୍ଟ ସମାଜେସବୀ ତଥା ଶିକ୍ଷାବିତ୍ ଛକଡ଼ି ମହାନ୍ତି, ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଓ ନରେନ୍ଦ୍ର ପ୍ରସଦ ଦାସଙ୍କ ପ୍ରଚେଷ୍ଟାରେ ୧୯୪୮ ମସିହାରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଡ. ମହତାବଙ୍କ ଉଦ୍ଦେଶ୍ୟ ଥିଲା ଏହି ଅଞ୍ଚଳରେ ଉଚ୍ଚ ଶିକ୍ଷାର ବିକାଶ। ପରବର୍ତ୍ତୀ ସମୟରେ ଏହା ବାସ୍ତବ ରୂପ ନେଇଥିଲା। ପ୍ରକୃତ ପକ୍ଷେ ଡ. ମହତବାଙ୍କ ସ୍ୱପ୍ନ ଥିଲା ଏହାକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିବେଷ୍ଟିତ ଏହି ମହାବିଦ୍ୟାଳୟକୁ ଅନେକ ଶାନ୍ତିନିକେତନ ବୋଲି ମଧ୍ୟ କହିଥାନ୍ତି। ଏହି ମହାବିଦ୍ୟାଳୟକୁ ଇତିମଧ୍ୟରେ ୭୫ ବର୍ଷ ପୂରଣ ହୋଇ ସାରିଛି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏଠାରୁ ଉର୍ତ୍ତୀର୍ଣ୍ଣ ହୋଇ ଦେଶ ବିଦେଶର ବିଭିନ୍ନ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ। କିନ୍ତୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ମହାବିଦ୍ୟାଳୟ କ୍ରମେ ଶ୍ରୀହୀନ ହେବାକୁ ବସିଛି। ଦୀର୍ଘ ୭୫ ବର୍ଷର ଏକ ଗୌରବମୟ ଉଚ୍ଚ ଶିକ୍ଷାନୁଷ୍ଠାନ ଆଜି ଦୁର୍ଗପତନର ଦ୍ୱାରଦେଶରେ ପହଞ୍ଚଛି। ସମଗ୍ର ଉତ୍କଳ ଭୂଖଣ୍ଡର ପୂର୍ବ ଉପକୂଳର ଏହି ବିଖ୍ୟାତ ଭଦ୍ରକ ମହାବିଦ୍ୟାଳୟ କ୍ରମାଗତ ସରକାରୀ ଅବହେଳାରୁ ଆଜି ଶ୍ରୀହୀନ ହୋଇପଡିଛି। ଭିତ୍ତିଭୂମି ଅଛି। କୋଠାପରେ କୋଠା ତିଆରି ଚାଲିଛି। ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇବା ପରେ ବିଶ୍ୱ ବିଦ୍ୟାଳୟ ଆୟୋଗରୁ ବାର୍ଷିକ କୋଟି କୋଟି ଟଙ୍କା ଆସୁଛି। ପୁରୁଣା କୋଠାରେ ନୂଆ ରଙ୍ଗ ଲାଗିଛି। ବଦଳି ଯାଇଛି କ୍ୟାମ୍ପସର ମାନଚିତ୍ର। ଗଢିଉଠିଛି ଗୋଟିଏ ପରେ ଗୋଟିଏ ଛାତ୍ରୀ ନିବାସ। ସତେ ଯେମିତି ମହାବିଦ୍ୟାଳୟର ନବକଳେବର ଚାଲିଛି। ମାତ୍ର ଦୁଃଖର କଥା ନବକଳେବର ପୂର୍ବରୁ ଉଭାନ ହୋଇଯାଇଛି ମହାବିଦ୍ୟାଳୟର ଅସଲ ବ୍ରହ୍ମ। ସେ ବ୍ରହ୍ମ ହେଉଛି ଏହି ମହାବିଦ୍ୟାଳୟର ଦୀର୍ଘ ୭୫ ବର୍ଷର ଗାରିମା, ଗର୍ବ, ଗୌରବ, ଯଶ ଓ ଖ୍ୟାତି। କାରଣ ଉକ୍ତ ମହାବିଦ୍ୟାଳୟକୁ ଏପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳି ପାରି ନାହିଁ। ଫଳରେ ଡ. ମହତାବ, ଛକଡ଼ି ମହାନ୍ତି ଓ ନରେନ୍ଦ୍ର ପ୍ରସାଦ ଦାସଙ୍କ ସ୍ୱପ୍ନ ଧୂଳିସାତ ହେବାକୁ ବସିଛି। ତଥାପି ପ୍ଲାଟିନମ୍ ଜୁବୁଲି ପାଳନ ପରିପ୍ରେକ୍ଷୀରେ ଡ. ମହତାବ, ଶ୍ରୀ ଦାସ, ଶ୍ରୀ ମହାନ୍ତିଙ୍କୁ ସ୍ମରଣ କରୁଛନ୍ତି ଭଦ୍ରକବାସୀ। ଦୀର୍ଘ ଏକ ବର୍ଷ ଧରି ଭିନ୍ନ ଭିନ୍ନ ପର୍ଯର୍୍ୟାୟରେ ପାଳିତ ହେବାକୁ ଥିବା ଏହି ପ୍ଲାଟିନମ ଜୁବୁଲି ପାଇଁ ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ର ଉତ୍ସାହିତ ହୋଇ ପଡ଼ିଛନ୍ତି।

ଗଣଦୌଡ଼ରୁ ଆରମ୍ଭ ହେଲା ପ୍ଲାଟିନମ୍ ଜୁବୁଲିର ଶୁଭାରମ୍ଭ- ପ୍ଳାଟିନମ୍ ଜୁବୁଲି ସ୍ମୃତିରେ ପୁରାତନ ଛାତ୍ର ସଂସଦ ଓ ଭଦ୍ର୍ରକ କଲେଜ ଆଲୁମିନି ଆସୋସିଏସନ ପକ୍ଷରୁ ରବିବାର ୩ ତାରିଖ ଏକ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ଭଦ୍ରକ ମହତାବ ଛକ ଠାରେ ହୀରକ ଜୟନ୍ତୀ ଅଭ୍ୟର୍ଥନା କମିଟିର ମୁଖ୍ୟ ତଥା ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରତିନିଧି ତଥା ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକ ପ୍ରମୁଖ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ଗଣଦୌଡ଼କୁ ଉଦଘାଟନ କରିଥିଲେ। ଏହି ଗଣଦୌଡ଼ରେ ଶତାଧିକ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସମେତ ବର୍ତ୍ତମାନ କଲେଜରେ ଅଧ୍ୟୟନରତ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ। ଏସମସ୍ତ କାର୍ଯ୍ୟକ୍ରମରେ ପ୍ର୍ରାକ୍ତନ ଛାତ୍ର ଜଗନ୍ନାଥ ସ୍ୱାଇଁ, ଡାକ୍ତର ପ୍ରଦୀପ ନାୟକ, ଜତିକାନ୍ତ ନାୟକ, ଅରୁଣ ଚାନ୍ଦ, ଦିବ୍ୟସିଂହ ନାୟକ, ଅଭୟ ଦ୍ୱିବେଦୀ, ପ୍ରମୋଦ ରାୟ, ଅଧ୍ୟାପକ ଗୋଲକ ପ୍ରସାଦ ନାୟକ, ଶୁଭେନ୍ଦୁ ରାୟ ମହାପାତ୍ର, ଅପୂର୍ବ ରଂଜନ ବେହେରା, ଅକ୍ଷୟ କୁମାର ଦାସ, ଜ୍ୟୋତିପ୍ରକାଶ ମହାନ୍ତି, ପ୍ରକାଶଜ୍ୟୋତି ମହାକୁଡ଼, ସ୍ୱାଧିନ ସୁନ୍ଦର ଦାସ, ରାକେଶ ପଣ୍ଡା, ତଥାଗତ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ତେବେ ଏହି ଗଣଦୌଡ଼ ଭଦ୍ରକ ମହାବିଦାଳୟରେ ପହଞ୍ଚିବା ପରେ ସେଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ର୍ର, ବରିଷ୍ଠ ପ୍ରାଧ୍ୟାପକ ଦୁର୍ଗା ପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଦୌଡ଼ରେ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମିଶ୍ର ପୁରାତନ ଛାତ୍ରମାନଙ୍କ ସହ କଲେଜ ପରିସରରେ ଥିବା ପ୍ରତିଷ୍ଠାତା ନରେନ୍ଦ୍ର ପ୍ରସାଦ ଦାସ. ଡ. ହରେକୃଷ୍ଣ ମହତାବ, ଛକଡ଼ି ମହାନ୍ତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

ପ୍ରତିଷ୍ଠା ଦିବସରେ ପତାକା ଉତ୍ତୋଳନ-ପ୍ଲାଟିନମ୍ ଜୁବୁଲିର ଦ୍ୱିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସକୁ ବେଶ ଧୂମଧାମରେ ପାଳନ କରାଯାଇଥିଲା। ପ୍ଲାଟିନମ୍ ଜୁବୁଲିର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭଦ୍ର୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ପୁରାତନ ଛାତ୍ର ସଂସଦର ସଭାପତି ଦେବେନ୍ଦ୍ର୍ରନାଥ ରାଉତ, ସଂପାଦକ ଅଜୟ ନାୟକ, ପ୍ର. ଶୈଳେନ୍ଦ୍ର ମହାପାତ୍ର, ଡା. ଦୁର୍ଯ୍ୟୋଧନ ଦାସ, ସୌରେଶ ମହାନ୍ତି, ଦିବ୍ୟସିଂହ ନାୟକ, ପ୍ରମୋଦ ରାୟ, ସ୍ମୃତିରଂଜନ ସାହୁ, ରୂପକ ରାୟ, ଅଂଜନ ବାରିକ, ଗଦାଧର ବଳ, ପ୍ରିନ୍ସ ରାକେଶ ନାୟକ, ଆଶିଷ ମହାନ୍ତି, ଅମର ବାରିକ, ଅପୂର୍ବ ରଂଜନ ବେହେରା, ଜ୍ୟୋତି ପ୍ରକାଶ ମହାନ୍ତି, ଭାସ୍କର ମହାଳିକ, ରାକେଶ ପଣ୍ଡା, ପଙ୍କଜ ବଳ, ପ୍ରକାଶଜ୍ୟୋତି ମହାକୁଡ, ସ୍ୱାଧିନ ସୁନ୍ଦର ଦାସ, ଅକ୍ଷୟ ଦାସ, ମାନସ ସାହୁ, ଗୋପବନ୍ଧୁ ବାରିକ, ସ୍ୱରୂପାନନ୍ଦ ମହାପାତ୍ର, ଶରତ ପଢ଼ିଆରୀ, ସୁଧିର ଦ୍ୱିବେଦୀ, ହେମନ୍ତ ମହାପାତ୍ର, ଦେବବ୍ରତ ଦାସ, ଲିଟୁ ମହାନ୍ତି, ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ସମେତ ବହୁ ପୁରାତନ ଛାତ୍ରଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ। ପ୍ରଥମେ ବିଧାୟକ ଶ୍ରୀ ମଲ୍ଲିକ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ପୁରାତନ ଛାତ୍ର ସଂସଦ ଓ ଆଲୁମିନି ସଂଘର କର୍ମକର୍ତ୍ତମାନେ କଲେଜ ପ୍ରତିଷ୍ଠାତା ଡ. ମହତାବ, ଛକଡ଼ି ମହାନ୍ତି ଓ ନରେନ୍ଦ୍ର ପ୍ରସାଦ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

୭୫ ବୃକ୍ଷ ରୋପଣ – ପ୍ଲାଟିନମ ଜୁବୁଲିକୁ ସ୍ମରଣୀୟ କରିବା ପାଇଁ ପୁରାରତନ ଛାତ୍ର ସଂସଦ ଓ ଆଲୁମିନି ସଂଘ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ୭୫ଟି ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭଦ୍ର୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ଅଜୟ ନାୟକ, ଦିବ୍ୟସିଂହ ନାୟକ, ଅପୂର୍ବ ରଂଜନ ବେହେରା, ପ୍ରିନ୍ସ ରାକେଶ ନାୟକ, ସ୍ୱରୂପାନନ୍ଦ ମହାପତ୍ର, ଜ୍ୟୋତି ପ୍ରକାଶ ମହାନ୍ତି, ରାକେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରକ୍ତଦାନ ଶିବିରରେ ସଂଗୃହିତ ହେଲା ୭୫ ୟୁନିଟ ରକ୍ତ- ପୁରାତନ ଛାତ୍ରମାନେ ପ୍ଲାଟିନମ ଜୁବୁଲିକୁ ସ୍ମରଣୀୟ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରି ନାହାନ୍ତି। ଉକ୍ତ ଉତ୍ସବକୁ ସ୍ମରଣୀୟ କରି ଗରିବ ରୋଗୀଙ୍କୁ ରକ୍ତ ଯୋଗାଇବାକୁ ଏଲକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଭଦ୍ରକ ବ୍ଲଡ ବ୍ୟାଙ୍କର କର୍ମକତ୍ତ୍‌ର୍ା ଏହାକୁ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ୭୫ ୟୁନିଟ ରକ୍ତ ସଂଗୃହିତ ହୋଇଥିବାବେଳେ, ଆଗାମୀ ଦିନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ବହୁ ପୁରାତନ ଛାତ୍ର। ଉକ୍ତ ରକ୍ତଦାନ ଶିବିରକୁ ବିଧାୟକ ସଂଜିବ କୁମାର ମଲ୍ଲିକ ଉଦଘାଟନ କରିଥିବାବେଳେ, ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଓ ଅଜୟ ନାୟକ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅପୂର୍ବ ରଂଜନ ବେହେରା, ଶରତ ପଢ଼ିଆରୀ, ସ୍ୱରୂପାନନ୍ଦ ମହାପାତ୍ର, ପ୍ର୍ରମୋଦ ରାୟ, ଜ୍ୟୋତି ପ୍ରକାଶ ମହାନ୍ତି, ଅମ୍ବିକା ଦାସ, ପ୍ରକାଶଜ୍ୟ୍ୟୋତି ମହାକୁଡ଼, ସ୍ୱାଧିନ ସୁନ୍ଦର ଦାସ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ।

ଅଭିଜିତଙ୍କ ସୁମଧୂର ତାଳରେ ଝୁମିଲେ- ପ୍ଳାଟିନମ ଜୁବଲିକୁ ସ୍ମରଣୀୟ କରିବାକୁ ପୁରାତନ ଛାତ୍ରମାନେ କିଛି ଦିନ ହେବ ଦିନ ଓ ରାତିକୁ ଏକ କରି କ୍ଲାନ୍ତ ହୋଇ ପଡ଼ିଥିଲେ। ଏହି ପରିପ୍ର୍ରେକ୍ଷୀରେ ସେମାନଙ୍କ କ୍ଲାନ୍ତି ମେଣ୍ଟାଇଥିଲେ ଅଭିଜିତ ମଜୁମଦାର। ଅଭିଜିତଙ୍କ ‘ଝୁଲରେ ନିତାଇ ଝୁଲ’ ଗୀତରେ ଝୁମି ଉଠିଥିଲେ ଭଦ୍ରକ ମହାବିଦ୍ୟାଳୟର ଖୋଲା ମଞ୍ଚରେ ଉପସ୍ଥିତ ଥିବା ୧୦ ହଜାରରୁ ଉର୍ଦ୍ଧ୍ୱ ପୁରାତନ ଓ ଏବେର ଛାତ୍ରଛାତ୍ର୍ରୀ। ଅଭିଜିତ ମଧ୍ୟ ଏହି ଐତିହ୍ୟସମ୍ପନ୍ନ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ନିଜକୁ ଧନ୍ୟ ମଣିଥିଲେ। ଏହି ଅବସରରେ ଅଭିଜିତ ତାଙ୍କର ବହୁ ବନ୍ଧୁଙ୍କ ଏହି ମହାବିଦ୍ୟାଳୟର ସହ ନିବିଡ଼ତାକୁ ମଧ୍ୟ ମନେ ପକାଇଥିଲେ ନିଜର ସୁମଧୂର ସଂଗୀତ ମାଧ୍ୟମରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.