Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ପ୍ରସ୍ତୁତି ବୈଠକ

ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ପ୍ରସ୍ତୁତି ବୈଠକ

37

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ଜନ୍ମ ସ୍ଥାନ ଭଦ୍ରକ ଜିଲ୍ଲା ଆଗରପଡ଼ା ଠାରେ ପାଳିତ ହେବାକୁ ଥିବା ଦଶମ ବାର୍ଷିକ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ତମ୍ବକାର ସୁବୋଧ କୁମାର ସାହୁଙ୍କ ଆବାହକତ୍ୱରେ ବୈଠକକୁ ଉପଦେଷ୍ଟା ହରମୋହନ ପଣ୍ଡା ପୌରହିତ୍ୟ କରିଥିଲେ । ପ୍ରାରମ୍ଭରେ ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ପୂର୍ବ ବର୍ଷର ବିବରଣୀ ଉପସ୍ଥାପନା କରିଥିବା ବେଳେ ଚଳିତ ବର୍ଷର କାର୍ଯ୍ୟକ୍ରମ ଉପରେ ମତ ରଖିଥିଲେ । ଏଥିରେ ସଭାପତି ଆଇନଜୀବି ମନୋଜ ରାୟ, ଉପ-ସଭାନେତ୍ରୀ ମମତା ମହାନ୍ତି, କୋଷାଧ୍ୟକ୍ଷ ଗୋପାଳକୃଷ୍ଣ ଦାଶ, ଉପଦେଷ୍ଟା ଶିକ୍ଷାବିତ୍ ରାମଚନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୋକୁଳାନନ୍ଦ ରଥ, କୈଳାଶ ଚନ୍ଦ୍ର ଧଳ, ସନ୍ତୋଷ ମହାନ୍ତି, ରାମଚନ୍ଦ୍ର ଦାସ, ନନ୍ଦକିଶୋର ନାୟକ, ମଦନ ମୋହନ ଦାଶ, ସୀତାରାମ ଉଦ୍‌ଗାତା, ମନ୍ମଥ ଦାସ, ଗୟାଧର ଦାସ, ବିଜ୍ଞାନ ଭୂଷଣ ମହାନ୍ତି, ଅମୁଲ୍ୟ ରତ୍ନ ନନ୍ଦ, ଅକ୍ଷୟ ସିଂହ, ଜଗନ୍ନାଥ ମଲ୍ଲିକ ପ୍ରମୁଖ ମହତାବଙ୍କ ନାମରେ ପାଳିତ ଏହି ମହୋତ୍ସବକୁ ନିଆଁରା ଢଙ୍ଗରେ ପାଳନ ନେଇ ମତ ପ୍ରକାଶ ପାଇଥିଲା । ଏହି ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସ ୨୨ରୁ ଆରମ୍ଭ ହୋଇ ୩୦ ତାରିଖରେ ଉଦ୍‌ଯାପିତ ହେବ । ପ୍ରତେହ ସନ୍ଧ୍ୟାରେ ସଭା, ପ୍ରତିଭା ସମ୍ବର୍ଦ୍ଧନା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସଂପୃକ୍ତ ଅଞ୍ଚଳର କୁନି କୁନି ପ୍ରତିଭା ମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ ପ୍ରତିଯୋଗିତା ସହ ଡ଼ ମହତାବ ରାଜନୈତିକ ସମ୍ମାନ, ରାଧାକୃଷ୍ଣ ମହାନ୍ତି ଶିକ୍ଷା, ଗୌତମ ଦାସ ପ୍ରଶାସନିକ ଅଧିକାରୀ, ଡ଼ ପ୍ୟାରି ମୋହନ ସିଂହ ସ୍ୱାସ୍ଥ୍ୟ, ଏକତ୍ରୀ କରଣ ପରିବାର, ମହାତ୍ମା ଗାନ୍ଧୀ ନିଶାମୁକ୍ତ, ସୁଭଦ୍ର ମହତାବ ସୁଗୃହିଣୀ ଏବଂ ଉତ୍କଳମଣୀ ଗୋପବନ୍ଧୁ ଦାସ ସାମାଜୀକ ସେବା, ସ୍ୱାମୀ ବିବେକାନନ୍ଦ ଉତ୍ତମ ଚରିତ୍ର ନାଗରିକ, ରଣେନ୍ଦ୍ର ପ୍ରତାପ ମହାନ୍ତି କ୍ରୀଡ଼ା ସମ୍ମାନ ଆଦି ପ୍ରଦାନ କରାଯିବ । ଆଲୋଚନାରେ ପ୍ରତିମା ସାହୁ, ହିମାଂଶୁ ସାହୁ, ନିତ୍ୟାନନ୍ଦ ସିଂହ, ବିଷ୍ଣୁ ସେଠୀ, କରୁଣାକର ସାହୁ, ବିଜୟ ମହତାବ, ଗୋବିନ୍ଦ ଚନ୍ଦ୍ର ସାହୁ, ଉମାକାନ୍ତ ସାହୁ, ଲକ୍ଷ୍ମଣ ଦାସ, ଗାୟତ୍ରୀ ଦାସ, ରବିନ୍ଦ୍ର କୁମାର ଆଇଚ, ପ୍ରଜ୍ଞା ପ୍ରିୟଦର୍ଶନୀ କଟୁଆଳ, ହରିହର ନାୟକ, ଦୀପକ କୁମାର ପୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.