Home ଜିଲ୍ଲା ପରିକ୍ରମା ଇନ୍ଧନଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସିପିଆଇ(ଏମ୍‌) ର ବିକ୍ଷୋଭ

ଇନ୍ଧନଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସିପିଆଇ(ଏମ୍‌) ର ବିକ୍ଷୋଭ

34

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ସିପିଆଇ(ଏମ୍‌) ପକ୍ଷରୁ ଡିଜେଲ, ପେଟ୍ରୋଲ ଓ ଇନ୍ଧନଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଭଦ୍ରକ ବନ୍ତଛକ ଠାରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଏଥିରେ ଭଦ୍ରକ ଜିଲା ସଂପାଦକ ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ପ୍ରଫୁଲ୍ଲ ପାଢୀ, ରାଧା ଦାସ, ନିରଂଜନ ପାଣି, ମଳୟ ଭୋଇ, ବିଷ୍ଣୁ ଦାଶ, ପ୍ରତାପ ସେଠୀ, ଗିରିଧାରୀ ନାଥ, କାଳନ୍ଦୀ ପାତ୍ର, ସେକ୍ କମର, ସେକ୍ ସିକୁ, ଜଇନୁଲ ଆବେଦିନ, ବିକାଶ ନାଥ, ମଣ୍ଟୁ ମୁଣ୍ଡା, ସେକ୍ କାଲୁ, ସେକ୍ କାଦ୍ରୀ ଓ ବିନୋଦ ସାହୁଙ୍କ ନେତୃତ୍ୱରେ ବନ୍ତଛକରେ କାନ୍ଧରେ ଗ୍ୟାସ୍ ଟାଙ୍କି ରଖି ଅଭିନବ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିର ପ୍ରତିବାଦ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ କାଳରେ କର୍ମକର୍ତ୍ତାମାନେ ଡିଜେଲ, ପେଟ୍ରୋଲ ଓ ଇନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ଆକାଶ ଛୁଆଁ ହେବାରୁ ବଜାରରେ ସମସ୍ତ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ଦର ବୃଦ୍ଧି ଘଟୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ବିଶେଷକରି ପେଟ୍ରୋଲ ଓ ଡିଜେର ଦର ମୂଲ୍ୟ ୧୦୦ ଟଙ୍କାକୁ ଟପିଯିବାରୁ ବସ୍‌ଭଡା ବଢିବା ସହ ସମସ୍ତ ସାମଗ୍ରୀର ପରିବହନ ଖର୍ଚ୍ଚ ବୃଦ୍ଧି ପାଇ ଗରିବ ଲୋକଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଛି ବୋଲି ସୂଚାଇଥିଲେ । ଚଳିତବର୍ଷ ଆରମ୍ଭରୁ ୬ ମାସ ମଧ୍ୟରେ ୫୪ଥର ପେଟ୍ରୋଲ ଓ ଡିଜେ୍‌ଲ ଦର ବୃଦ୍ଧି ପାଇଛି । ବିଶ୍ୱରେ ସବୁ ଦେଶ ଅପେକ୍ଷା ଭାରତବର୍ଷରେ ପେଟ୍ରୋଲ ଓ ଡିଜେଲ୍ ଉପରେ ଅଧିକ ଟିକସ ବସାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ଏଣୁ ତେଲ ଦର ବୃଦ୍ଧି ଯୋଗୁଁ ବଜାର ଦରରେ ନିଆଁ ଲଗାଇଥିବା ମୋଦି ଓ ନବୀନ ବାବୁ ମିଳିମିଶି ଦେଶବାସୀଙ୍କ ହାଣ୍ଡିଶାଳକୁ ଅଚଳ କରିଦେଇଛନ୍ତି ବୋଲି କର୍ମକର୍ତ୍ତାମାନେ ଅଭିଯୋଗ କରି ଇନ୍ଧନ ଗ୍ୟାସ୍‌ରେ ପୁନର୍ବାର ୨୫.୫୦ ପଇସା ବୃଦ୍ଧି କରିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ଇତିମଧ୍ୟରେ କେନ୍ଦ୍ର ସରକାର ଏଲ୍‌ପିଜି ଗ୍ୟାସ୍‌ର ମୂଲ୍ୟ ଗତ ୬ ମାସ ମଧ୍ୟରେ ବୃଦ୍ଧି କରି ୧୪୦ ଟଙ୍କାରୁ ଟପାଇ ସାରିଲେଣି । ଯାହା ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ପ୍ରହାର ସଦୃଶ ହୋଇଛି । ଉଜ୍ଜ୍ୱଳା ଗ୍ୟାସ୍ କେନ୍ଦ୍ର ସରକାର ଯେଉଁମାନଙ୍କୁ ଦେଉଥିଲେ କରୋନା ବେଳେ ଲୋକ ଜୀବିକା ହରାଇ ମୁଣ୍ଡରେ ହାତଦେଇ କରଜ କରି ବଂଚିଆସୁଥିବାବେଳେ ଗ୍ୟାସ୍ ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ବୋଲି ଜିଲା ସଂପାଦକ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏଣୁ ଆଗାମୀ ଦିନରେ ଉଭୟ ସରକାର ଏହାର ମୂଲ୍ୟ ହ୍ରାସ କରାଇବା ଦିଗରେ ତ୍ୱରିତ ପଦକ୍ଷେପ ନନେଲେ ସିପିଆଇ(ଏମ୍‌) ପକ୍ଷରୁ ଜନ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.