Home ଜିଲ୍ଲା ପରିକ୍ରମା ଇଦ୍‌-ଉଲ୍‌-ଜୁହା ଶାନ୍ତିଶୃଙ୍ଖଳାରେ ପାଳିତ ପାଇଁ ପୁଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଇଦ୍‌-ଉଲ୍‌-ଜୁହା ଶାନ୍ତିଶୃଙ୍ଖଳାରେ ପାଳିତ ପାଇଁ ପୁଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

49

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତାକାଲି ଇଦ୍‌-ଉଲ-ଜୁହା ପର୍ବ ପାଳିତ ହେବ । ତେବେ ଏହି ପର୍ବକୁ ଭଦ୍ରକରେ ଶାନ୍ତିଶୃଙ୍ଖଳାର ସହ ସମାପିତ କରିବା ପାଇଁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ପରିସରରେ ଆୟୋଜିତ ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ବାସୁଦେବପୁର ଏସ୍‌ଡିପିଓ ସୁବ୍ରତ ହୋତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ପର୍ବରେ ବିଭିନ୍ନ ମସ୍‌ଜିଦ ସହିତ ପବିତ୍ର ଇଦଗାହାରେ ସମୂହ ନମାଜ ପାଠ ହେବ । ଏଠାରେ ହଜାର ହଜାର ମୁସଲିମ୍ ଧର୍ମାବଲମ୍ବୀମାନେ ଯୋଗଦେଇ ସମୂହ ନମାଜପାଠ କରିବେ । ଏଣୁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମିତ୍ତ ଭଦ୍ରକ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ୨୦ ପ୍ଲାଟୁନ ପୁଲିସ୍ ଫୋସ୍ ମୁତୟନ କରାଯାଇଛି । ଏମାନଙ୍କ ବ୍ୟତୀତ ୧୪ ଜଣ ଇନ୍ସିପେକ୍ଟର, ୯ ଜଣ ଡିଏସ୍‌ପି ଏବଂ ୬୮ ଜଣ ଏଏସ୍‌ଆଇଙ୍କୁ ବିଭିନ୍ନ ଜାଗାରେ ନିୟୋଜିତ କରାଯାଇଛି । ଅନୁରୂପ ସାମାଜିକ ଗଣମାଧ୍ୟମରେ କେହି ଆପତ୍ତି ଜନକ ମନ୍ତବ୍ୟ ନଦେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.