Home ଜିଲ୍ଲା ପରିକ୍ରମା ଇଟାଗଡି ପ୍ରାଥମିକ ବିଦ୍ୟାଳୟକୁ ମିଳିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା

ଇଟାଗଡି ପ୍ରାଥମିକ ବିଦ୍ୟାଳୟକୁ ମିଳିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା

25

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଇଟାଗଡ଼ି ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ମିଳିଛି । ଏ ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓଡିଶା ସରକାର ଅତିରିକ୍ତ ଶିକ୍ଷା ସଚିବଙ୍କ ଚିଠି ନଂ ୧୧୩୪୫ ତାରିଖ ୧୦.୫.୨୩ରେ ସୂଚନା ଦିଆଯାଇଛି । ଏହି ଖବର ଜଣାପଡ଼ିବା ପରେ ଇଟାଗଡି ଗ୍ରାମର ଗ୍ରାମବାସୀ ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକ ପରିଚାଳନା କମିଟିର ସଭ୍ୟସଭ୍ୟାଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି । ପ୍ରକାଶ ଯେ, ଇଟାଗଡ଼ି ଗ୍ରାମର ଭୋଳାନାଥ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କର ହଠାତ୍ ଦେହାନ୍ତ ପରେ ବିଦ୍ୟାଳୟର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ଯାଇଥିଲା । ତେବେ ସ୍କୁଲକୁ କିପରି ବଞ୍ଚାଇ ରଖିହେବ ସେ ନେଇ ଇଟାଗଡି ପ୍ରାଥମିକ ବିଦ୍ୟାଳୟ ଆଲୁମୁନି କମିଟିର ସଭାପତି ଗଣେଶ ପ୍ରସାଦ ରାଉତ, ଡା. ଦୁର୍ଯ୍ୟୋଧନ ଦାସ, ଲକ୍ଷ୍ମୀଧର ସେଠୀ, ସୁଶିଲ ଖଟୁଆ, ଭାବଗ୍ରାହୀ ମଲ୍ଲିକ, ଦୀନବନ୍ଧୁ ରାଉତ, ଶ୍ରୀକାନ୍ତ କୁମାର ସେଠୀ, ଦେବେନ୍ଦ୍ର ଖଟୁଆ, କିଶୋର କୁମାର ଖଟୁଆ, ଜୟକୃଷ୍ଣ ପରିଡ଼ା, ସନ୍ତୋଷ କୁମାର ଖୁୁଣ୍ଟିଆ, ଧନେଶ୍ୱର ଗର, ଅକ୍ଷୟ କୁମାର ବେହେରାଙ୍କ ଉଦ୍ୟମରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ପରେ ଇଟାଗଡ଼ି ପ୍ରାଥମିକ ସ୍କୁଲ ସହ ଭୋଳାନାଥ ଉପ୍ରା ବିଦ୍ୟାଳୟକୁ ମିଶାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦିଆଯିବାକୁ ବ୍ଲକ ଶିକ୍ଷାଧିକାରୀ ଡିପିସିଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଡିପିସି ଅନୁମୋଦନ ପାଇଁ ଓସେପାକୁ ପଠାଇଥିଲେ । ପରେ ଏହି ପ୍ରସ୍ତାବକୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନୁମୋଦନ କରିଥିଲା । ସେଥିପାଇଁ ବିଦ୍ୟାଳୟ ତରଫରୁ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସୂଦନ ସେଣ୍ଡ, ଜିଲ୍ଲା ଶିକ୍ଷା ଅଧିକାରୀ କପୀଳେନ୍ଦ୍ର ମିଶ୍ର, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଓସେପା ନିର୍ଦ୍ଦେଶକ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଶିକ୍ଷା ସଚିବ, ଅତିରିକ୍ତ ଶିକ୍ଷା ସଚିବଙ୍କୁ କୃତଜ୍ଞତା ଜଣାଇବା ସହିତ ସହଯୋଗ କରିଥିବା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରକାରୀ ସ୍ତରରେ ଓସେପାର ଶ୍ରୀବତ୍ସ ପଟେଲ, ଗଣଶିକ୍ଷା ବିଭାଗର ଶୁଭ୍ରାଂଶୁ ମିଶ୍ର ଏବଂ ଡିପିସି ଅଫିସ ଭଦ୍ରକର ବିଭୁ ପ୍ରସାଦ ରାଉତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ବୋଡ଼କ ପଞ୍ଚାୟତର ଓରାଳି ପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.