ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମ୍ବିକା ସ୍ୱାଇଁଙ୍କୁ ଗତକାଲି ଭଦ୍ରକ ଠିକାଦାର ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଠିକାଦାର ଅଜିତ୍ ଦାସ ପୌରୋହିତ୍ୟ କରିଥିଲେ । ଅନୁଷ୍ଠିତ ସଭାରେ ଅବସର ନେଇଥିବା ଇଂଜିନିୟର ଶ୍ରୀ ସ୍ୱାଇଁଙ୍କ ନିର୍ମାଣ କାର୍ଯ୍ୟରେ ଦକ୍ଷତା ଓ ନୂଆ ଜ୍ଞାନକୌଶଳ ସଂପର୍କରେ ସ୍ମୃତିଚାରଣ କରିଥିଲେ । ବିଶେଷକରି ଠିକାଦାରଙ୍କ ପ୍ରତି ତାଙ୍କ ଆଚରଣ ଓ ଉଚ୍ଚାରଣ ବ୍ୟତୀତ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ଜିଲାରେ ଜଣେ ଭଲ ଇଂଜିନିୟର ଭାବେ ଖ୍ୟାତି ଅର୍ଜନ କରିଥିବା ସଂପର୍କରେ ଠିକାଦାରମାନେ କହିଥିଲେ । ତାଙ୍କର ଆଉ ଏକ ଉତ୍ତମ ଗୁଣ ଥିଲା ସମସ୍ତଙ୍କୁ ଭଲ ପାଇବା । ଅନୁଷ୍ଠିତ ସଭାରେ ପାର୍ଥସାରଥୀ ନାୟକ, ଅଜୟ ସାହୁ, ଭୀମସେନ ମଳିକ, ପ୍ରଦୀପ ବିହାରୀ, ରତ୍ନାକର ପାଣି, ସୁରେଶ ତ୍ରିପାଠୀ, ସଂଜୟ ମହାନ୍ତି, ପ୍ରଭାତ ଦାସ, କରୁଣାକର ଜେନା, ଅଶ୍ୱିନୀ ଦାସ, ଜାହିର ଖାନ ପ୍ରମୁଖ ବହୁ ଠିକାଦାର ଉପସ୍ଥିତ ଥିଲେ ।