Home ଓଡ଼ିଶା ଆସୁନାହାନ୍ତି ଡାକ୍ତର, ହୋଇପାରୁନି ଶବ ବ୍ୟବଚ୍ଛେଦ

ଆସୁନାହାନ୍ତି ଡାକ୍ତର, ହୋଇପାରୁନି ଶବ ବ୍ୟବଚ୍ଛେଦ

357

ବାଲେଶ୍ଵର,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦୃଶ୍ୟଟି ହେଲା ଡ଼ାକ୍ତରଙ୍କ ଅବହେଳା ଯୋଗୁ ବ୍ୟବଚ୍ଛେଦ ପାଇଁ ଆସିଥିବା ଶବ ଦୀର୍ଘ ଦୁଇ ଦିନ ହେଲା ମେଡିକାଲରେ ପଡିରହିଛି । ଅଭିଯୋଗ ଅନୁସାରେ, ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଡିଆଁପାଲି ଗ୍ରାମର ଜ୍ଞାନ ରଞ୍ଜନ ନାୟଙ୍କକ ପତ୍ନୀ କୌଶଲ୍ୟାଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ସାପ କାମୁଡିବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୀର୍ଘ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଶଲ୍ୟାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.