Home ଜିଲ୍ଲା ପରିକ୍ରମା ‘ଆସନ୍ତୁ ଗଢ଼ିବା ସଂସ୍କାରବାନ୍ ପିଢ଼ି’ କାର୍ଯ୍ୟକ୍ରମ

‘ଆସନ୍ତୁ ଗଢ଼ିବା ସଂସ୍କାରବାନ୍ ପିଢ଼ି’ କାର୍ଯ୍ୟକ୍ରମ

15

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାଚୀନ ସମୟରେ ଆମ ଭାରତ ବର୍ଷରେ ପିତା ମାତା ନିଜ ମନ ମୁତାବକ ସନ୍ତାନଟିଏ ଧରାପୃଷ୍ଠକୁ ଆଣି ପାରୁଥିଲେ । ଆଜି ସେହି ବିଦ୍ୟା ବିଲୁପ୍ତ ପ୍ରାୟ । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଏଦିଗରେ ଏକ ନୂତନ ପ୍ରୟାସ ଆରମ୍ଭ କରିଛି । ବାପା ମା ମାନେ ଚାହିଁଲେ ନିଜ ମନ ମୁତାବକ ସନ୍ତାନଟିଏ ସୃଷ୍ଟି କରିପାରିବେ । ସେଥିପାଇଁ ଗର୍ଭ ଉଦୟ ପୂର୍ବରୁ ଓ ପରେ ମା ଓ ତାର ପରିବାର କିଛି ନିୟମ ମାନି ଚଳିବାକୁ ପଡିବ । ସେହି ସବୁ ନୀତିନିୟମ ବିଦ୍ୟାକୁ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଗାୟତ୍ରୀ ପରିବାର ପରିଜନମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ଅବସରରେ ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର ତରଫରୁ ‘ଆସ ଗଢିବା ସଂସ୍କାରବାନ ପିଢି’ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷାତ୍ମକ ବୈଠକ ସତ୍ ସାହିତ୍ୟ ପ୍ରସାର କେନ୍ଦ୍ର ବାଇପାସ୍‌ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ‘ଆସନ୍ତୁ ଗଢିବା ସଂସ୍କାରବାନ୍ ପିଢି’ କାର୍ଯ୍ୟକ୍ରମର ରାଜ୍ୟ ପ୍ରଭାରୀ ପ୍ରମୋଦ କୁମାର ଦାଶ ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ବିସ୍ତାର ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଏହି ବିଦ୍ୟାର ପ୍ରଶିକ୍ଷକ ହେବା ପାଇଁ ପ୍ରାୟ ୫୦ ଜଣ ପରିଜନ ସେମାନଙ୍କ ନାମ ପଞ୍ଜିକୃତ କରାଇଥିଲେ । ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାରର ସମନ୍ୱୟକ ପ୍ରଦୀପ କୁମାର ନାୟକ ଏଥିରେ ସଭାପତିତ୍ୱ କରିଥିଲାବେଳେ; ଏହି କାର୍ଯ୍ୟକ୍ରମର ଜିଲ୍ଲା ପ୍ରଭାରୀ କେଦାରନାଥ ମହାପାତ୍ର ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ ଗାୟତ୍ରୀ ପରିବାର ପରିଜନ ଏଥିରେ ଅଂଶ ଗ୍ରହଣ କରି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.