ପୁରୀ ୨୨-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ ମହାମାରୀ ଅନେକ ଲୋକ ଙ୍କ ଆର୍ଥିକ ସ୍ଥିତି କୁ ବିଗାଡି ଦେଇଚି। ରୋଜଗାର ହରାଇ କୋଟି କୋଟି ଲୋକ ଦୁଶ୍ଚିନ୍ତା ରେ ଦିନ କାଟୁଛନ୍ତି। ଏହି ଅସମୟ ସ୍ଥିତିରେ ପ୍ରତେକ ସଂଗଠନ ଓ ବ୍ୟକ୍ତି ମାନବିକତା ଦ୍ରୁଷ୍ଟି କୋଣ ରୁ ଆର୍ଥିକ ଦୁଃସ୍ଥିତି ଥିବା ଲୋକ ଙ୍କୁ ସାହାଯ୍ୟ ହାତ ବଢାଇବା ଉଚିତ। ଏହି ବାର୍ତ୍ତା ସମାଜ କୁ ଦେବା ପାଇଁ ପୁରୀ ମଙ୍ଗଳା ଘାଟ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶ୍ବସ୍ଥି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପୁରୀ ଛଇତନା ର ଗଡ଼ଭିଙ୍ଗୁରା, ଥରୋବ, ନାଲିହଣା ଗ୍ରାମ ରେ ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ କରାଯାଇଛି। ସେହିପରି ବିଶ୍ୱ ଶିଶୁ ଦିବସ ଅବସରରେ କୁନି କୁନି ପିଲା ଙ୍କୁ ମିଷ୍ଠାନ ବଣ୍ଟନ କରାଯାଇ ଥିଲା। ଆଗାମୀ ଦୀନ ରେ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରହିଛି। ଆଶ୍ବସ୍ଥି ଫାଉଣ୍ଡେସନ ଟ୍ରଷ୍ଟ ର ସଭାପତି ଦୀପକ ପଣ୍ଡା, ପୁରୀ ଟ୍ରାଫିକ ଥାନା ଅଧିକାରୀ ଦିଲୀପ କୁମାର ଧଳ ଙ୍କ ସମେତ ଟ୍ରଷ୍ଟ ସମସ୍ତ କର୍ମକର୍ତ୍ତା ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିଲେ।