Home ଜିଲ୍ଲା ପରିକ୍ରମା ଆଶିୟାନା ମୁକ୍ତାଶ୍ରୟ କେନ୍ଦ୍ରରେ ସ୍ୱଚ୍ଛତା ପକ୍ଷ ପାଳିତ

ଆଶିୟାନା ମୁକ୍ତାଶ୍ରୟ କେନ୍ଦ୍ରରେ ସ୍ୱଚ୍ଛତା ପକ୍ଷ ପାଳିତ

32

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଆସିୟାନା ମୁକ୍ତାଶ୍ରୟ ପରିସରରେ ବିଭାଗ ଦ୍ୱାରା ନିର୍ଦ୍ଦେଶିତ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ସ୍ୱଚ୍ଛତା ପକ୍ଷ (ସ୍ୱଚ୍ଛ ପଖୱାଡା) ସ୍ୱଛତା ହିଁ ସେବା ଯୋଜନା ଆନୁକୁଲ୍ୟରେ ଅନୁଷ୍ଠିିତ ହୋଇଯାଇଛି । ଏହି ପକ୍ଷ ପାଳନର ମୁଖ୍ୟ କାର୍ଯ୍ୟକ୍ରମରେ ପରିବେଶ ପରିଚ୍ଛନ୍ନତା, ଶିଶୁ ମାନଙ୍କ ଦ୍ୱାରା ହାତଧୂଆ, ବୃକ୍ଷରୋପଣ, ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ପୁରସ୍କାର ପ୍ରଦାନ କରାଯାଇଥିଲା । ଆସିୟାନାର ନିର୍ଦ୍ଦେଶକ ସଲାମ ଭାଇଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ନିର୍ଦ୍ଦେଶକ ସଲାମ ଭାଇ, ସମ୍ମାନିତ ଅତିଥି ରୂପେ ଭାରପ୍ରାପ୍ତ ଶିଶୁ ମଙ୍ଗଳ ଅଧ୍ୟକ୍ଷ ପ୍ରଦୀପ୍ତ କର, ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ପରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ସାନିଟାଇଜେସନ, ସ୍ୱାସ୍ଥ୍ୟ ସମ୍ପର୍କୀତ ସମୂହ ଆଲୋଚନା, ଚଳଚ୍ଚିତ୍ର ମାଧ୍ୟମରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ପ୍ରଚାର କରାଯାଇଥିଲା । ସମ୍ପାଦିକା ସୋଫିଆ ଶେଖ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସଦସ୍ୟ ସତ୍ୟ ସୁନ୍ଦର ପୁହାଣ, ସଂଗିତା ଗିରି, ସ୍ମୃତିରେଖା ମହାନ୍ତି, ଶିଶୁ ସୁରକ୍ଷା ବିଭାଗର ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ସୁବ୍ରତ ଦାସ, ପ୍ରଗତି ଯୁବକ ସଂଘର ନିର୍ଦ୍ଦେଶକ ଦେବବ୍ରତ ଦାସ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ଆସିୟାନାର ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରୀ ରିୟାଜ ଅହମ୍ମଦ, ବରିଷ୍ଠ କର୍ମକର୍ତ୍ତା ବିକାଶ ରାଉତ, ସାମାଜିକ କର୍ମୀ ଭାଗ୍ୟଶ୍ରୀ ମହାକୁଡ ପରିଚାଳନା କରିଥିôଲେ । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.