Home ଜିଲ୍ଲା ପରିକ୍ରମା ଆଳୁ ବିହନ ବଣ୍ଟନର ଶୁଭାରମ୍ଭ – ୨୯୨୫ କ୍ୱିଣ୍ଟାଲ ବିହନ ବଣ୍ଟାଯିବା ଲକ୍ଷ୍ୟ

ଆଳୁ ବିହନ ବଣ୍ଟନର ଶୁଭାରମ୍ଭ – ୨୯୨୫ କ୍ୱିଣ୍ଟାଲ ବିହନ ବଣ୍ଟାଯିବା ଲକ୍ଷ୍ୟ

26

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଭଦ୍ରକଙ୍କ କାର୍ଯ୍ୟାଳୟ ପରିସରରେ ଚଳିତ ବର୍ଷ ରବି ଋତୁ ପାଇଁ ଚାଷୀମାନଙ୍କୁ ୭୫% ଶତକଡ଼ା ସବ୍‌ସିଡ଼ିରେ ଆଳୁବିହନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସହକାରୀ ନିଦ୍ଦେର୍ଶକ କନ୍ଦ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଯୋଗ ଦେଇ ଆଳୁବିହନ ବଣ୍ଟନ କରିବା ସହିତ ଆଳୁ ଚାଷର ସଂପ୍ରସାରଣ ପାଇଁ ବିଭିନ୍ନ ଦିଗରେ ସରକାରଙ୍କର ଥିବା ଯୋଜନା ର ରୂପରେଖ ସମ୍ବନ୍ଧରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ। ସୂଚନାଯୋଗ୍ୟକି ସବ୍‌ସିଡ଼ିରେ ଯୋଗାଇ ଦିଆଯାଉଥିବା ଏହି ଆଳୁ ବିହନ କି.ଗ୍ରା. ପ୍ରତି ୪୧.୫୦ପ ଦର ରହିଛି। ବର୍ତ୍ତମାନ ପାଇଁ ୧୦୦ କ୍ୱିଣ୍ଟାଲ ଆଳୁ ବିହନ ଜିଲ୍ଲାପାଇଁ ଆସିଛି। ଚାଷୀମାନେ ଆଜି ପ୍ରାୟ ଜଣକା ଦେଢ଼ କ୍ୱିଣ୍ଟାଲ ଲେଖାଏଁ ଆଳୁ ବିହନ ନେଇଛନ୍ତି। କୁଫ୍ରି ଜ୍ୟୋତି କିଷମର ଆସିଥିବା ଆଳୁ ବିହନକୁ ସର୍ବ ପ୍ରଥମେ ନିର୍ଦ୍ଦେଶାଳୟ ତରଫରୁ ଦିଆଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଜ୍ୟୋସ୍ôନାରାଣୀ ମହାରଣା ଓ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼. ଅରବିନ୍ଦ ଦାସଙ୍କ ଉପସ୍ଥିତିରେ ପରୀକ୍ଷା କରାଯାଇ ସର୍ବ ପ୍ରଥମେ ମାନ ନିରୁପରଣ କରାଯାଇଥିଲା। ସୂଚନା ଯୋଗ୍ୟକି ଆଜି ୫୦ଜଣ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ କରାଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.