Home ଜିଲ୍ଲା ପରିକ୍ରମା ଆଲୋକ ଆଣ୍ଡ ଦିଲ୍ଲିପ ମେମୋରିଆଲ ପଦ୍ମନାଭ କ୍ରିକେଟ, ଯାଜପୁର ୧୧ ଚାମ୍ପିଅନ

ଆଲୋକ ଆଣ୍ଡ ଦିଲ୍ଲିପ ମେମୋରିଆଲ ପଦ୍ମନାଭ କ୍ରିକେଟ, ଯାଜପୁର ୧୧ ଚାମ୍ପିଅନ

23

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଜଗନ୍ନାଥପ୍ରସାଦ ମା’ଖଡ୍ଗଧାରିଣୀ କ୍ରିକେଟ ପଡିଆରେ ଅନୁଷ୍ଠିତ ଆଲୋକ ଆଣ୍ଡ ଦିଲ୍ଲିପ ମେମୋରିଆଲ ପଦ୍ମନାଭ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଓ ଯାଜପୁର ୧୧ ଷ୍ଟାର ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମର୍ଣ୍ଣିଂଷ୍ଟାର ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୮ ଉଇକେଟ ହରାଇ ୧୭୫ ରନ ହାସଲ କରିଥିଲା । ଜବାବରେ ଯାଜପୁର ୧୧ ଷ୍ଟାର ଦଳ ମାତ୍ର ୨୦ ଓଭରରେ ୨ ଉଇକେଟ ହରାଇ ୧୭୬ ରନ ହାସଲ କରି ଚାମ୍ପିଅନ ହୋଇଥଲା । ଚାମ୍ପିଅନ ଦଳର ଖୋଳଳୀ ପ୍ରଦୀପ ଦାସ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଥିଲେ । ଶରତ ଚନ୍ଦ୍ର ଜେନା ଓ ପ୍ରାଣନାଥ ଜେନା ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ରଞ୍ଜନ ଘଡେଇ ଭାଷ୍ୟକାର, ପ୍ରକାଶ ମହାପାତ୍ର ଓ ଜ୍ଞାନପ୍ରକାଶ ମହାପାତ୍ର ସ୍କୋରର ଦାଇତ୍ୱ ତୁଲାଇଥିଲେ । ସରପଞ୍ଚ ଅକ୍ଷୟ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.