Home ଜିଲ୍ଲା ପରିକ୍ରମା ଆର.ଆଇ.ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆର.ଆଇ.ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

26

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ୱ ନିରୀକ୍ଷକମାନେ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି । ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ଗ୍ରେଡ ପେ ୧୯ ଶହ ରୁ ୨୮ ଶହକୁ ବୃଦ୍ଧି କରିବା, ୧୯୮୩ ମସିହା କ୍ୟାଡର ରୁଲ ସଂଶୋଧନ କରିବା, ରାଜସ୍ୱ ନିରୀକ୍ଷକଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ କରାଯିବା, ପଦୋନ୍ନତିରେ ଅହେତୁକ ବିଳମ୍ବର ପ୍ରତିକାର କରାଯିବା ସହ ପଦୋନ୍ନତି କ୍ଷେତ୍ରରେ ସର୍ବୋତ୍ତମ ଚରିତ୍ର ପ୍ରମାଣପତ୍ର ଆବଶ୍ୟକତାକୁ ରଦ୍ଦ କରାଯିବା, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିତ୍ତଭୂମି ସୁଦୃଢ କରାଯିବା ଆଦି ଦାବିରେ ଏହି ଧାରଣା ଦିଆଯାଇଥିଲା । ସହକାରୀ ରାଜସ୍ୱ ନିରୀକ୍ଷକ କମଳାକାନ୍ତ ନାୟକ, ନରେଶ କୁମାର ମହାନ୍ତି, ସତ୍ୟରଞ୍ଜନ କର, ଆତୁତୋଷ ଦାସ, ଦିବ୍ୟରଞ୍ଜନ ଧଳ, ନଗେନ୍ଦ୍ର କୁମାର ଦାସ, କିର୍ତ୍ତିରଞ୍ଜନ ମଲ୍ଲିକ, ସଞ୍ଜିବ କୁମାର ବାରିକ, ବ୍ରଜ କିଶୋର ଜେନା, ନିରଞ୍ଜନ ଜେନା, ସୁପରଭାଇଜର ମୃତ୍ୟୁଞ୍ଜୟ ନାୟକ ପ୍ରମୁଖ ଧାରଣାରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.