Home ଜିଲ୍ଲା ପରିକ୍ରମା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତି କରଣ ଶିବିର

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତି କରଣ ଶିବିର

24

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ବିଭାଗ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଭଦ୍ରକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟାପିକା ମଞ୍ଜୁଳା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଅତୁଳ କୁମାର ରାୟ ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାରଙ୍କ ବିଭିନ୍ନ ଆର୍ଥିକ ଯୋଜନା ଓ ତାର ସଫଳ ରୂପାୟନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଭଦ୍ରକ ଡାକ ବିଭାଗର ଅଧିକାରୀ ଶୋଭନ କୁମାର ମହାନ୍ତି କହିଥିଲେ ଯେ ଲୋକମାନେ ତାଙ୍କର କଷ୍ଟଲବ୍‌ଧ ଧନକୁ ତାଡ ଘର କିମ୍ବା ସ୍ୱିକୃତିପ୍ରାପ୍ତ ବ୍ୟାଙ୍କରେ ଜମାରଖି ସୁରକ୍ଷିତ୍ ରହିବା ନେଇ ପରାମର୍ଶ ଦେଇଥିଲେ । ନଚେତ ଚିଟ୍‌ଫଣ୍ଡ କମ୍ପାନୀମାନଙ୍କ ପ୍ରଲୋଭନରେ ପଡ଼ି ଅଧିକ ସୁଧ ଆଶାରେ ମୂଳଟଙ୍କା ହରାଇବାକୁ ପଡ଼ିବ ବୋଲି ସତର୍କ ମଧ୍ୟ କରାଇଦେଇଥିଲେ । ପ୍ରତି ପଞ୍ଚାୟତରେ ବ୍ୟାଙ୍କସେବା ସହାୟତା କେନ୍ଦ୍ର ଖୋଲିବା ସଙ୍ଗେ ସଙ୍ଗେ ଜନସାଧାରଣ କିପରି ଭାବରେ ସାଇବର ଠକାମିରୁ ନିଜକୁ ସୁରକ୍ଷା ଦେଇପାରିବେ ମତବିନିମୟ ଜରିଆରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ସଭାରେ ମହାବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅର୍ଥବିଭାଗ ତରଫରୁ ଯୋଗାଇ ଦିଆଯାଇଥିବା ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା । ଶେଷରେ ଅଧ୍ୟାପିକା ରଶ୍ମିରେଖା ସୋରେନ୍ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.