କୋରାପୁଟ ; ତା୦୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ ) ଭାରତୀୟ ସମ୍ବିଧାନର ପ୍ରଣେତା ଭାରତ ରତ୍ନ ଡଃ.ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୬୩ତମ ଶ୍ରାଦ୍ଧ ବାର୍ଷିକି ପାଳିତ ହୋଇଛି । ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ,କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, ସର୍ବ ଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ,କୋରାପୁଟ ବିଡିଓ ନରେନ୍ଦ୍ର ନାୟକ , ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ, ଜିଲା ପରିଷଦ ଉପାଧ୍ୟକ୍ଷା ତୂଳସୀ କିର୍ଷାନୀ, ପୂର୍ବତନ ପୌରାଧ୍ୟକ୍ଷ ଭଗବାନ ବାହିନୀପତି, ଜିଲା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହି ,ପୂର୍ବତନ ବିଧାୟକ ନିମାଇ ସରକାର ,ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ସଦସ୍ୟ ମଦନ କିରସାନି ପ୍ରମୁଖ ଯୋଗ ଦେଇ ଉପ-ଜିଲାପାଳ ଅଫିସ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୁର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।








