Home କେନ୍ଦୁଝର ଆବାସ ଯୋଜନାର ମନରେଗା ଅର୍ଥ ନପାଇ ବ୍ଲକ ଘେରିଲେ ହିତାଧିକାରୀ

ଆବାସ ଯୋଜନାର ମନରେଗା ଅର୍ଥ ନପାଇ ବ୍ଲକ ଘେରିଲେ ହିତାଧିକାରୀ

36

ହାଟଡିହି-୨୭। ୬ : (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ଘରର ମନରେଗା ଅର୍ଥ ନପାଇବାକୁ ନେଇ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମବାସୀ ଆଜି ବ୍ଲକ ଘେରାଉ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଦୁଇ ତିନିବର୍ଷ ହେଲା ସେମାନେ ଆବାସ ଯୋଜନାର ଘର କାମ ସମ୍ପୁର୍ଣ୍ଣ କରିଥିଲେବି ଆଜି ପର୍ଯ୍ୟନ୍ତ ସେମାନଙ୍କ ମନରେଗା ଅର୍ଥ ସେମାନଙ୍କୁ ଦିଆଯାଇ ନାହିଁ। ଏପରିକି କିଛି ଲୋକଙ୍କ ମନରେଗା ଅର୍ଥ ଭିନ୍ନ ଏକାଉଣ୍ଟକୁ ଦେଇଦିଆଯାଇଛି। ଏନେଇ ସେମାନେ ବାରମ୍ବାର ପଞ୍ଚାୟତର ଜିଆରଏସଙ୍କୁ ଜଣାଉଥିଲେ ମଧ୍ୟ ଆଜି ଯିବ କାଲି ଯିବ କହି ସମୟ ଗଡାଇଚାଲିଛନ୍ତି। ବାରମ୍ବାର ଏପରି ଅଭିଯୋଗ କରି କିଛି ସୁଫଳ ନପାଇବାରୁ ଆଜି ମଧୁସୁଦନ ଯେନା, ହଳଧର ଯେନା, ଭ୍ରମରବର ଧଳ, କାର୍ତ୍ତିକେଶ୍ୱର ଯେନା, ବାସୁଦେବ ଯେନା, ବାବନ ଯେନା, ଶରତ ଯେନା, ଗୋଲକ ଯେନା, ଉପେନ୍ଦ୍ର ଯେନା, ଅନାମ ଯେନା, ଲକ୍ଷ୍ମଣ ଯେନା, କାଳନ୍ଦୀ ଯେନା, ପାଣୁ ଯେନା, ସୁରେନ୍ଦ୍ର ସେଠୀ, ମହନ୍ତ ଯେନା, ମୁକୁନ୍ଦ ବେହେରା, ପାଗିଳି ଯେନା, ହରିହର ଯେନା, କୃଷ୍ଣ ଚନ୍ଦ୍ର ପଲେଇ, ସବିତା ବେହେରା, କହ୍ନେଇ ଯେନାଙ୍କ ସମେତ ୩୦ରୁ ଉର୍ଦ୍ଧ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିବା ସହ ବିଡିଓଙ୍କୁ ଭେଟି ନିଜ ନିଜର ଅଭିଯୋଗ ମାନ ରଖିଛନ୍ତି। ଏ ସମ୍ପର୍କରେ ଜିଆରଏସ ଜଗବନ୍ଧୁ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏଠାରେ କୌଣସି ଅନିୟମିତତା ହୋଇନି, ଅନେକ ପୁରୁଣା ହିତାଧିକାରୀ ସେମାନଙ୍କ ଘର ପୁର୍ଣ୍ଣାଙ୍ଗ କରିବାପରେ ସେମାନଙ୍କ ଏକାଉଣ୍ଟକୁ କିଛି କିଛି ଟଙ୍କା ଯିବାପରେ ତାଙ୍କ କୋର୍ଡ ନମ୍ବର ଡିଲିଟ ହୋଇଯାଇଛି। ତେଣୁ ନୁଆ କୋର୍ଡ ବାହାର କଲାପରେ ସେମାନଙ୍କ ଏକାଉଣ୍ଟକୁ ଟଙ୍କା ଦିଆଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.