Home ଜିଲ୍ଲା ପରିକ୍ରମା ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ; ୧୧ ତାରିଖରେ ବ୍ଲକ ସମ୍ମୁଖରେ ହେବ ଅନଶନ – ବିଜେପି

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ; ୧୧ ତାରିଖରେ ବ୍ଲକ ସମ୍ମୁଖରେ ହେବ ଅନଶନ – ବିଜେପି

93

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ମସିହା ପୂର୍ବରୁ ସମସ୍ତଙ୍କୁ ପକ୍କା ଗୃହ ଯୋଗାଇବାର ଲକ୍ଷ୍ୟ ରଖି ଓଡିଶାକୁ ପର୍ଯ୍ୟାପ୍ତ ଘର ଯୋଗାଇ ଦେଇଛନ୍ତି । ଇତି ମଧ୍ୟରେ ରାଜ୍ୟକୁ ପ୍ର୍ରାୟ ୩୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦିଆଯାଇଛି । ‘ୟାଶ’ ବାତ୍ୟା ପରେ ଓଡିଶାକୁ ୮ଲକ୍ଷ ୧୭ ହଜାର ୪୪୪ ଆବାସ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାକୁ ୬୮ହଜାର ୨୦୮ ଆବାସ ମିଳିଛି । ମାତ୍ର କ୍ଷମତାସୀନ ଦଳର ଷଡଯନ୍ତ୍ର ଓ ପ୍ରଶାସନର ଅପାଗରତା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ଦୁର୍ନୀତି କରାଯାଇଥିବାରୁ ପ୍ରକୃତରେ ଯୋଗ୍ୟ ବ୍ୟକ୍ତି ତାଳିକାରୁ ବାଦ ପଡିଛନ୍ତି । ଚାଳଛପରକୁ ମରାମତ କରିବାକୁ ଅକ୍ଷମ ପରିବାରକୁ ତାଳିକାଯୁକ୍ତ କରାଯାଇ ନଥିବା ବେଳେ ଦୁଇମହଲା କୋଠାଘର ଥିବା ଲୋକଙ୍କୁ ଆବାସ ଯୋଜନାରେ ହିତାଧିକାରୀ ଭାବେ ଚୟନ କରାଯାଇଥିବା ବିଜେପି ଅଭିଯୋଗ ଉପସ୍ଥାପନ କରି ଆସନ୍ତା ୧୧ ତାରିଖରେ ବ୍ଲକ ସମ୍ମୁଖରେ ଦଳ ପକ୍ଷରୁ ଗଣ ଅନଶନ କରାଯିବ ଓ ଏଥିରେ ତାଳିକାର ବାଦ ପଡିଥିବା ଗରିବ ଲୋକେ ମଧ୍ୟ ଅଂଶ ଗ୍ରହଣ କରିବେ ବୋଲି ବିଜେପି ପକ୍ଷରୁ ରବିବାର ପାହିମହୁରା କଲ୍ୟାଣମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଘୋଷଣା ଦିଆଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଏହି ସମ୍ମଳନୀରେ ବ୍ଲକରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସ୍ଥାନୀୟ ବିଧାୟକଙ୍କ ଜ୍ଞାତସାରରେ ନପଙ୍ଗ ପଞ୍ଚାୟତରେ ସର୍ବାଧିକ ଦୁର୍ନୀତି ହୋଇଥିବା ଆରୋପ କରି ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ନେତା ଆବାସ ଯୋଜନା ନିଲାମ କରି ପାଣ୍ଠି ସଂଗ୍ରହ କରୁଛି ବୋଲି ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତିରେ ସଂପୃକ୍ତ ସରକାରୀ ଅଧିକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ଧଳ । ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ସରପଞ୍ଚ ଜଗବନ୍ଧୁ ଦାସ, ମଣିକାଞ୍ଚନ ସେନାପତି, କମଳ କୁମାର ନନ୍ଦ, ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ବାବାଜି ଚରଣ ଜେନା, ପୂର୍ଣର୍ଚନ୍ଦ୍ର ଖିଲାର, ପ୍ରଦ୍ୟୁମ୍ନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.