ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଆତ୍ମ ନିର୍ଭରଶୀଳ ହେବା ପାଇଁ ଚେଷ୍ଟିତ ହେଉଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅର୍ନ୍ତଗତ ଚାରିଗାଁ ଗ୍ରାମର ଉମାକାନ୍ତ ବେହେରାଙ୍କ ଝିଅ କମଳାଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କମଳାଙ୍କୁ ବର୍ତ୍ତମାନ ୪୩ବର୍ଷ ବୟସ ହୋଇଥିବା ବେଳେ ସେ ଅବିବାହିତା। ଭିନ୍ନକ୍ଷମ ହୋଇଥିବାରୁ ସେ ବୃଦ୍ଧ ବାପା-ମା’ଙ୍କ ପାଖରେ ଅସହାୟ ଅବସ୍ଥାରେ ଭତ୍ତା ଖଣ୍ଡିକ ପାଇ ପଡ଼ି ରହିଛନ୍ତି। ଭାଇ ଦାଦନ ଖଟୁଥିବା ବେଳେ ତାଙ୍କ ରୋଜଗାରରେ ପରିବାର ଚଳିବା କଷ୍ଟ କର ହୋଇ ପଡ଼ିଥିବାବେଳେ ଭଙ୍ଗା ଦଦରା ଘରେ ଉମାକାନ୍ତ ତାଙ୍କ ସ୍ତ୍ରୀ ଙ୍କ ସମେତ ପୁଅ-ବୋହୁକୁ ନେଇ କଷ୍ଟରେ ରହୁଛନ୍ତି। ତେଣୁ ଭିନ୍ନକ୍ଷମ ତଥା ଅବିବାହିତା କମଳାକୁ ଯଦି ଆବାସ ଯୋଜନାରେ ସାମିଲ କରାଯାଇପାରନ୍ତା ତେବେ ସେ ତାଙ୍କ ବାକି ଜୀବନତକ ଶାନ୍ତିରେ କଟାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।