ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସମଗ୍ର ବିଶ୍ୱରେ ପାଳିତ ହୋଇଛି ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ । ତେବେ କରୋନା ମହାମାରୀ ଜନିତ ସରକାରୀ କଟକଣା ଏହି ଯୋଗ ଦିବସକୁ ଫିକା କରିଥିଲେ ବି ବହୁ ଅନୁଷ୍ଠାନ ଓ ସାଧାରଣ ଲୋକେ ସାମାଜିକ କଟକଣା ମଧ୍ୟରେ ଘରେ ରହି ଏହି ଦିବସକୁ ପାଳନ କରିଛନ୍ତି । ଏହିପରି ଭାବେ ଆଜି ଭଦ୍ରକ ବ୍ଲକ୍ର କଲେଇ ପଂଚାୟତର ଚୁନିଦା ଠାରେ ଆନନ୍ଦ ମାର୍ଗ ପ୍ରଚାରକ ସଂଘ ପକ୍ଷରୁ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ କୋଭିଡ୍ ନିୟମ ଅନୁସାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏଥିରେ ଜଗନ୍ନାଥ ରାୟ ଓ କାହ୍ନୁଚରଣ ବେହେରା ଯୋଗଦେଇ ସ୍ଥାନୀୟ ଅଂଚଳର ପିଲାମାନଙ୍କୁ ଯୋଗ ଶିକ୍ଷା ଦେଇଛନ୍ତି ।