Home ଜିଲ୍ଲା ପରିକ୍ରମା ଆନନ୍ଦପୁର ପଂଚାୟତର କଲ୍ୟାମଣ୍ଡପ ନିର୍ମାଣ ମନ୍ଥରତା ନେଇ ତେଜୁଛି ଅସନ୍ତୋଷ

ଆନନ୍ଦପୁର ପଂଚାୟତର କଲ୍ୟାମଣ୍ଡପ ନିର୍ମାଣ ମନ୍ଥରତା ନେଇ ତେଜୁଛି ଅସନ୍ତୋଷ

34

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଂଚଳର ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି ସେଥିରେ ଅର୍ଥ ବିନିଯୋଗ କରୁଥିବାବେଳେ ସେହି କାର୍ଯ୍ୟର ମନ୍ଥରତା ଓ ନିମ୍ନମାନର କାର୍ଯ୍ୟ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି । ଏମିତି ଏକ ଘଟଣା ଧାମନଗର ବ୍ଲକର ଆନନ୍ଦପୁର ପଂଚାୟତରେ ଘଟିଛି । ସରକାରଙ୍କ ପକ୍ଷରୁ ଧାମନଗର ପଂଚାୟତ ସମିତି ଆନୁକୂଲ୍ୟରେ ଆନନ୍ଦପୁର ପଂଚାୟତ ସ୍କୁଲ ପଡ଼ିଆ ନିକଟରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦ ଲକ୍ଷଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ସରିପାରିଲା ନାହିଁ । ଗ୍ରେଡ଼ବିମ୍ ପଡ଼ି ତା’ ଉପରେ ମାତ୍ର କିଛି ଇଟା ଯୋଡ଼େଇ ହୋଇ କାର୍ଯ୍ୟ ଅସମ୍ପୁର୍ଣ୍ଣ ହୋଇଥିବାବେଳେ ନିମ୍ନ ମାନର ରଡ଼ ସାଂଗକୁ ବୋରିଂରେ ଠିକ୍‌ଭାବେ କରାନଯାଇ ଏହା କାର୍ଯ୍ୟକୁ ତରବରିଆ ଭାବେ ଅଧାପନ୍ତରିଆ କରି ଛାଡ଼ି ଦିଆଯାଇଛି । ପ୍ରାୟ ୩ବର୍ଷ ହେବାକୁ ବସିଲାଣି ଏଯାଏ କାମ ଅଧା ହୋଇନାହିଁ । ହେଲେ ଏହି କାମକୁ ଦେଖାଇ ପୁଣି କଲ୍ୟାଣ ମଣ୍ଡପ ପରିସରରେ ଉନ୍ନତୀ କରଣ ନାମରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ମଞ୍ଜୁର କରାଯାଇ କିଛି ମାଟି ଟ୍ରାକ୍ଟରରେ ପକାଇଦେଇ ଏହି ଅର୍ଥକୁ ମଧ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀ ଅର୍ଥ ହରିଲୁଟ୍ କରିଛନ୍ତି । ଏ ଦୀଗରେ ଗ୍ରାମବାସୀ ମାନଙ୍କର ବିଭିନ୍ନ ସମୟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେବେ ଏହି କଲ୍ୟାଣ ମଣ୍ଡପର ନିର୍ମାଣର ଅଧପନ୍ତରିଆ ସାଂଗକୁ ଏହାକୁ ଦେଖାଇ ପୁଣି ଏନ୍‌ଆରଜିଏସ୍ ମାଧ୍ୟମରେ ପୁଣି ଟଙ୍କା ଆଣି ଅର୍ଥ ହରିଲୁଟ୍ କରିବା ସାଧାରଣରେ ଚର୍ଚ୍ଚାରେ ବିଷୟ ହୋଇଛି । ଏ ଦୀଗରେ ଭିଜିଲାନ୍ସ ତଦନ୍ତ କରାଗଲେ କଲ୍ୟାଣ ମଣ୍ଡପ ଦୁର୍ନିତୀ ପଦାକୁ ଆସିପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.