Home ଜିଲ୍ଲା ପରିକ୍ରମା ଆଦିବାସୀଙ୍କ ଜମିରୁ ବେଆଇନ ମୋରମ ମାଟି ଖନନ : ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି, ପ୍ରଶାସନ...

ଆଦିବାସୀଙ୍କ ଜମିରୁ ବେଆଇନ ମୋରମ ମାଟି ଖନନ : ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି, ପ୍ରଶାସନ ନୀରବଦ୍ରଷ୍ଟା, ପ୍ରତିବାଦ କଲେ ମିଳୁଛି ଧମକ

67

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ମହାନ୍ତିପଡ଼ା ପଞ୍ଚାୟତ ପତଡ଼ା ଗ୍ରାମଟି ନିକଟସ୍ଥ ଗିରି ଗୋବର୍ଦ୍ଧନ ପାହାଡ଼ର ପାଦଦେଶରେ ଅବସ୍ଥିତ । ସମଗ୍ର ଗ୍ରାମଟି ମାଙ୍କଡ଼ା ପଥରରେ ପରିପୂର୍ଣ୍ଣ । ପଥର ଉପରେ ପଡ଼ିଥିବା ପଟୁମାଟିରେ ଚାଷ କରି ଜୀବିକା ନିର୍ବାହ କରନ୍ତି ଗ୍ରାମର ଆଦିବାସୀ ସମ୍ପ୍ରଦାୟ । ଦୀର୍ଘଦିନ ଧରି ପଥର, ମୋରମ ମାଫିଆଙ୍କ ନଜର ରହିଛି ଏହି ଆଦିବାସୀ ଗ୍ରାମ ପତଡ଼ା ଉପରେ । ସମୟ ସୁବିଧା ଦେଖି ବିଭାଗୀୟ ଅଧିକାରୀଙ୍କୁ ଚକମା ଦେଖାଇ ରାତ୍ରବେଳା ଜେସିପି ଲଗାଇ ତାଡ଼ି ନେଉଛନ୍ତି କୋଟିକୋଟି ଟଙ୍କାର ମୋରମ । ସ୍ଥାନୀୟ ଆଦିବାସୀ ଏହାକୁ ବିରୋଧ କଲେ ମିଳୁଛି ନାନା ଧମକ । ଯଦ୍ୱାରା ଆଦିବାସୀମାନେ ଭାଗ୍ୟକୁ ଆଦରି ଏହିପରି ଅନ୍ୟାୟକୁ ମୁଣ୍ଡପାତି ସହିବାକୁ ବାଧ୍ୟ ହେଉଛନ୍ତି । ଆଉ କେତେକ ନିରୀହ ଆଦିବାସୀ ବିଭିନ୍ନ ପ୍ରଲୋଭନରେ ପଡ଼ି ମାଫିଆଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଫଳତଃ ଏହି ମୋରମ ଚୋରାଚାଲାଣରେ ସରକାରୀ ରାଜସ୍ୱ ହାନି ହେଉଥିବା ବେଳେ ମୋରମ ମାଫିଆମାନେ ମାଲୋମାଲ ହେଉଛନ୍ତି । ବାରମ୍ବାର ଖବର ପ୍ରଚାର ପ୍ରସାର ହେଉଥିଲେ ବି ଭାଙ୍ଗୁନାହିଁ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା । କେତେକ ସରକାରୀ କର୍ମଚାରୀଙ୍କ ସଲାସୁତରାରେ ଏହି ଚୋରାବ୍ୟବସାୟ ଚାଲୁଥିବାର ମଧ୍ୟ ଅଭିଯୋଗ ହୋଇ ଆସୁଛି । ମାଫିଆମାନେ ସମସ୍ତ ନୀତି ନିୟମ ନୈତିକତାକୁ ଜଳାଞ୍ଜଳି ଦେଇ ମୋରମ ତାଡ଼ିନେବା ଫଳରେ ଏହି ଗ୍ରାମର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇ ବର୍ଷାଦିନେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଅନେକ ସମୟରେ ଏହି଼ ଗର୍ତ୍ତରେ ପଡ଼ି ବହୁ ଗୃହପାଳିତ ପଶୁ ମୃତୁୃ୍ୟମୁଖରେ ପଡ଼ୁଥିବା ବେଳେ ଲୋକେ ଖଣ୍ଡିଆ ଖାବରା ହେବାର ନଜିର ରହିଛି । ତେବେ ଏହି ଗ୍ରାମର ସଚେତନ ଆଦିବାସୀମାନଙ୍କ ପକ୍ଷରୁ ଏହାର ଅନୁସନ୍ଧାନ କରାଯାଇ ମୋରମ ଚୋରାଚାଲଣକୁ ରୋକିବା ନିମନ୍ତେ ରାଜ୍ୟ ୫ଟି ସଚିବଙ୍କ ସମେତ ଜିଲ୍ଲାପାଳ, ତହସିଲଦାର, ସ୍ଥାନୀୟ ଥାନା, ଡ଼ିଏଫଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପତଡ଼ା ଗ୍ରାମରେ ଗୋଚର, ଅନାବାଦି, ଗ୍ରାମ୍ୟଜଙ୍ଗଲ ଜମି କେତେ ରହିଛି, କେତେ ମୋରମ ଖଣି ନିଲାମ ହୋଇଛି, ରୟାଲିଟି ବାବଦକୁ କେତେ ଅର୍ଥ ଆଦାୟ ହୋଇଛି ବୋଲି ସୁଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.