Home ଜିଲ୍ଲା ପରିକ୍ରମା ଆଦିବାସୀଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ଦାବିରେ ବିକ୍ଷୋଭ

ଆଦିବାସୀଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ଦାବିରେ ବିକ୍ଷୋଭ

19

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ନିକଟରେ ୨୦୦୦ ମସିହାରୁ ବସବାସ କରି ଆସୁଥିବା ଆଦିବାସୀ ପରିବାର ଗୁଡିକୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଡଃ ଆମ୍ବେଦକର ଦଳିତ ସେବାସଂଘ ପକ୍ଷରୁ ଏହି ଆଦିବାସୀ ବର୍ଗର ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଉଚ୍ଛେଦ କରାଯାଉଥିବାରୁ ଉଦବେଗ ପ୍ରକାଶ କରାଯାଇଛି । ଏହି ପରିବାର ଗୁଡିକ ଦୀର୍ଘବର୍ଷ ଧରି ବ୍ଲକ୍ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଘରକରି ରହୁଥିବାବେଳେ ସେଠାରୁ ଗତ ୨୦୦୦ ମସିହାରେ ଉଚ୍ଛେଦ କରାଯାଇ କଲ୍ୟାଣ ମଣ୍ଡପ ନିକଟରେ ଥିବା ପତିତ କିସମ ଜମିରେ ବସବାସ କରିଆସୁଛନ୍ତି । ଇତିମଧ୍ୟରେ ସରକାରୀ ଯୋଜନାରେ କେତେକ ପରିବାରକୁ ଆବାସ ଓ ଶୌଚାଳୟ ଯୋଗାଇ ଦିଆଯାଇଛି । ଏପରିକି ପାନୀୟ ଜଳ ଓ କଂକ୍ରିଟ୍ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି । ତେବେ ସେହି ପରିବାର ଗୁଡିକୁ ଏବେ ଏହି ସ୍ଥାନ ଛାଡି ଚାଲିଯିବାକୁ ମୌଖିକ ଭାବେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ଏବେ କୁହାଯାଇଛି ବୋଲି କ୍ଷୋଭ ପ୍ରକାଶ କରି ଏହି ପରିବାରର ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ କଲ୍ୟାଣ ମଣ୍ଡପ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଭଦ୍ରକ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ସଂଘର ସଭାପତି ଉମାକାନ୍ତ ଜେନା (କ), ସଂପାଦକ ଉମାକାନ୍ତ ଜେନା (ଖ), ରବିନ୍ଦ୍ର ଜେନା, ତରଣୀସେନ ଜେନା, ରତ୍ନାକର ମୁଣ୍ଡା, ଭାବ ପୂର୍ତ୍ତି, ନାଣ୍ଡୁ ମୁଣ୍ଡା, ମନୁଆ ମୁଣ୍ଡା ପ୍ରମୁଖ ବହୁ ସଂଖ୍ୟକ ଜନଜାତି ଲୋକ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ଏହି ଆଦିବାସୀ ପରିବାର ଗୁଡିକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇର୍ ଦାବି ଜଣାଇବା ସହ ନୈତିକ ସମର୍ଥନ ଜଣାଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାନସଭା କ୍ଷେତ୍ର ନେତା ବଦ୍ରୀନାରାୟଣ ଧଳ, ଦଳର ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦେଇ ସେମାନଙ୍କ ସମସ୍ୟା ସଂପର୍କରେ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.