Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ସୁଲଭ ଦରରେ ଧାନ ବିହନ ଯୋଗାଣ

ଆଦାନୀ ଫାଉଣ୍ଡେସନ ପକ୍ଷରୁ କୃଷକଙ୍କୁ ସୁଲଭ ଦରରେ ଧାନ ବିହନ ଯୋଗାଣ

79

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ କୃଷକ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ସହ କିପରି ତାଙ୍କର ଆର୍ôଥକ ପରିସ୍ଥିତି ସୁଧୁରିବ ସେ ନେଇ ଆଦାନୀ ଧାମରା ବନ୍ଦରର ସାମାଜିକ ଦାୟିତ୍ୱବୋଧ ବିଭାଗ ଆଦାନୀ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ କୃଷି ଓ ବୈଷୟିକ ବିଭାଗ ସହାୟତାରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ ବାତ୍ୟା ୟାସର ପ୍ରକୋପ ଓ ସେ ନେଇ ସ୍ଥାନୀୟ କୃଷକ ମାନଙ୍କ କୃଷିଜନିତ କ୍ଷତିକୁ ଦୂର କରିବା ନେଇ ଆଦାନୀ ଫାଉଣ୍ଡେସନ ତରଫରୁ ସୁଲଭ ଦରରେ ଉନ୍ନତ ମାନର ଧାନ ବିହନ ଯୋଗାଇଦେବା କାର୍ଯ୍ୟକ୍ରମ ଆରମ୍ଭ କରିଛି । କାର୍ଯକ୍ରମର ଆରମ୍ଭରେ କରଣପଲ୍ଲୀ ଓ କରଞ୍ଜମାଳ ସ୍ଥିତ କୃଷକ କ୍ଲବ ଯଥା ମା’ ବନଦୁର୍ଗା କୃଷକ ସଂଘ ଏବଂ ଗୋବିନ୍ଦ କୃଷକ ସଂଘ ମା୍ମମରେ ଆରଜିଏଲ୍ ୨୫୩୭ ଏବଂସି ଆର ୫୦୫କିସମର ୬ ମେଟ୍ରିକ ଟନ ଅଧିକ ଅମଳକ୍ଷମ ଧାନ, ବିହନ ଫାଉଣ୍ଡେସନ ଦ୍ୱାରା ଯୋଗାଇ ଦିଆଯାଇଛି । ଏହି ବିହନ ବଂଟନ କାର୍ଯ୍ୟକ୍ରମ ଆଜି କରଣପଲ୍ଲୀ ପଂଚାୟତସ୍ଥିତ ବିଜୟପାଟଣା ଗ୍ରାମରେ ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ବୈରାଗୀ ଚରଣ ସେଠୀ ଓ ଭଦ୍ରକ ବ୍ଲକ କୃଷି ଅଧିକାରୀ ଡକ୍ଟର ଅଜିତ କୁମାର ଗିରିଙ୍କ ଦ୍ୱାରା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରୁ ପାଖାପାଖି ୩୫୦ କୃଷକ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.