Home ଜିଲ୍ଲା ପରିକ୍ରମା ଆଦାନୀ ପୋର୍ଟର ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶିତ

ଆଦାନୀ ପୋର୍ଟର ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶିତ

31

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହାର ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶ କରିଛି । ଡିସେମ୍ବର ୩୧, ୨୦୨୦ ରେ ଶେଷ ହୋଇଥିବା ତୃତୀୟ ତ୍ରୈମାସିକରେ କମ୍ପାନୀ ଏହାର ଏକତ୍ରିତ ଲାଭରେ ୧୬.୨୨ ପ୍ରତିଶତ ବୃଦ୍ଧି ପାଇ ୧,୫୭୬.୫୩ କୋଟିରେ ପହଁଚିଛି । ଦେଶର ସର୍ବବୃହତ୍ତ ଇଣ୍ଟିଗ୍ରେଟେଡ୍ ଲଜିଷ୍ଟିକ୍ ପ୍ଲେୟାର୍ ଗତ ବର୍ଷ ଏହି ଅବଧିରେ ୧,୩୫୬.୪୩ କୋଟି ଟଙ୍କାର ଏକୀଭୂତ ଲାଭ କରିଥିଲା । ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ କରଣ ଆଦାନୀ କହିଛନ୍ତି, ଗତବର୍ଷମାନଙ୍କରେ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍‌ରେ ଦୃଢ ଓ ସ୍ଥାୟୀ ପୁନରୁଦ୍ଧାର ହିଁ ଆମ ଯାତ୍ରାର ମୂଳଦୁଆ ପାଲଟିଛି । ଆମ ସମ୍ପତ୍ତିର ପୋର୍ଟଫୋଲିଓ, ଭାରତରେ ବଜାର ଅଂଶବୃଦ୍ଧି ଏବଂ ନେତୃତ୍ୱ ସହିତ ଆମ ନେଟ୍‌ୱର୍କର ପ୍ରାଧାନ୍ୟତା ଏକ ଅଦ୍ୱିତୀୟ ମୂଲ୍ୟ ପ୍ରସ୍ତାବ ଅଟେ । ୨୦୨୫ ଆର୍ଥିକ ବର୍ଷ ସୁଦ୍ଧା ୫୦୦ ମେଟ୍ରିକ୍ ମିଲିୟନ ଟନ୍ କାର୍ଗୋ କାରବାର ଲକ୍ଷ୍ୟ ହାସଲ କରିବାକୁ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଭଲ ସ୍ଥିତିରେ ରହିଛି । ଟ୍ରାକ୍‌, ରେକ୍ସ, ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ଏବଂ ଗୋଦାମ ଗୃହର ବିକାଶ ପାଇଁ ଜମି ସହିତ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲଜିଷ୍ଟିକ୍ ଓ ଗୋଦାମ ଭଳିି ବ୍ୟବସାୟରେ ବିନିଯୋଗ କରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.