Home ଜିଲ୍ଲା ପରିକ୍ରମା ଆଦାନୀ ଧାମରା ପୋର୍ଟ ପକ୍ଷରୁ ୧୩ତମ ଆନ୍ତଃ ଗ୍ରାମପଞ୍ଚାୟତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଅମନ ନଗର ବିଜୟୀ

ଆଦାନୀ ଧାମରା ପୋର୍ଟ ପକ୍ଷରୁ ୧୩ତମ ଆନ୍ତଃ ଗ୍ରାମପଞ୍ଚାୟତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଅମନ ନଗର ବିଜୟୀ

59

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସାମାଜିକ ଦାୟିତ୍ୱବୋଧ ବିଭାଗ ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଦୋସିଙ୍ଗା ବଜାର ପଡିଆରେ ଜିଲା ପ୍ରସାଶନ ତଥା ଦୋସିଙ୍ଗା ପଞ୍ଚାୟତ ସମିତି ସହାୟତାରେ ୧୩ତମ ଆଦାନୀ ଧାମରା ପୋର୍ଟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ଆଦାନୀ ଧାମରା ପୋର୍ଟ ପାରିପାଶ୍ୱର୍ରେ ଥିବା ୯ଟି ଗ୍ରାମ ପଞ୍ଚାୟତର ୧୨ଟି ଦଳ ଅଂଶ ଗ୍ରହଣ କରିଥିଲେ । ଦୋସିଙ୍ଗା ପଞ୍ଚାୟତ ସମିତିର ସରପଞ୍ଚଙ୍କ ପ୍ରତିନିଧି ମୋଜିବର ଅଲ୍ଲୀ ଖାଁ, ପଞ୍ଚାୟତ ସମିତି ସଭ୍ୟ ନରେନ୍ଦ୍ର ମାଈତି, ଦୋସିଙ୍ଗାର ପୂର୍ବତନ ସରପଞ୍ଚ ଅଶୋକ କୁମାର ଜେନା, ଶିକ୍ଷାବିତ ସୁକୁମାର ଜେନା, ଲକ୍ଷ୍ମଣ ଜେନାଙ୍କ ଉପସ୍ଥିତିରେ ପ୍ରତିଯୋଗିତାର ଉଦ୍‌ଘାଟନ ହୋଇଥିଲା । ପ୍ରତିଯୋଗିତାରେ ଅମନନଗର ଦଳ, କଇଥଖୋଲା ଦଳକୁ ୩/୨ ସେଟରେ ପରାସ୍ତ କରି ବିଜୟୀ ହୋଇଛି । ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଦୋସିଙ୍ଗା ପଞ୍ଚାୟତ ସମିତି ସରପଞ୍ଚଙ୍କ ପ୍ରତିନିଧି ମୋଜିବର ଅଲ୍ଲୀ ଖାଁ, ପଞ୍ଚାୟତ ସମିତି ସଭ୍ୟ ନରେନ୍ଦ୍ର ମାଈତି, ଦୋସିଙ୍ଗାର ପୂର୍ବତନ ସରପଞ୍ଚ ଅଶୋକ କୁମାର ଜେନା, ଶିକ୍ଷାବିତ୍ ସୁକୁମାର ଜେନା, ଆଦାମୀ ଧାମରା ପୋର୍ଟର ଡିଏଲଟିପିଏଲ ମୁଖ୍ୟ ଅମିତାଭ ବୋଷ ଓ ଆଦାନୀ ଧାମରା ପୋର୍ଟ ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ କୁମାର ମଣ୍ଡଳ ଉପସ୍ଥିତ ରହି ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାରେ ଅମନନଗରର ବିଜୟଶ୍ରୀ ରାଉତଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ଓ କଇଥଖୋଲାର ପ୍ରଦୀପ ପ୍ରଧାନଙ୍କୁ ଶ୍ରେଷ୍ଠ ସ୍ମାଶର ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଦାନୀ ଧାମରା ପୋର୍ଟର ଉପସଭାପତି ଜଗତ ଇନ୍ଦୁ ପରିଜା ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.