Home ଜିଲ୍ଲା ପରିକ୍ରମା ଆତ୍ମନିର୍ଭର ଭାରତ ଅଭିଯାନ କରୋନା ପରେ ଭାରତବର୍ଷକୁ କରିବ ବିକାଶ – ବିଷ୍ଣୁ ସେଠୀ

ଆତ୍ମନିର୍ଭର ଭାରତ ଅଭିଯାନ କରୋନା ପରେ ଭାରତବର୍ଷକୁ କରିବ ବିକାଶ – ବିଷ୍ଣୁ ସେଠୀ

208

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲା ସଭାପତି ହେମନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଆତ୍ମନିର୍ଭର ଭାରତ ଅଭିଯାନ ସଂପର୍କରେ ବାର୍ତ୍ତା ଦେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ଗରିବ କଲ୍ୟାଣ ଯୋଜନା ଅନୁଯାୟୀ ଜୁନ୍ ମାସ ସୁଦ୍ଧା ୬୪ ହଜାର ୫୦୦ କୋଟି ପ୍ରଦାନ କରାଯାଇଛି ବୋଲି ବିଧାୟକ ବିଷ୍ଣୁ ସେଠୀ ଯୋଗ ଦେଇ କହିଛନ୍ତି । ଏଥିସହ ୩୦ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ପ୍ରତିଷ୍ଠାନ ପାଇଁ ୧ କୋଟି ୧୦ ଲକ୍ଷ ମଂଜୁରୀ, କିଷାନ କ୍ରେଡିଟ୍‌ରେ ୨.୫ କୋଟି ଚାଷୀଙ୍କ ଲୋନ୍ ବ୍ୟବସ୍ଥାରେ ୭୦.୩୨ ଲକ୍ଷ ମଂଜୁରୀ ହେବା, ବାଣିଜ୍ୟକ ଖଣି ପାଇଁ ୪୧ ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ ହେବା ସହ ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ସଂସ୍କାର ଓ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବ ବୋଲି ସୂଚନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରଦୀନ ନାୟକ, ଅଭିମନ୍ୟୁ ସେଠୀ, ବିକାଶ ଶ୍ରେଷ୍ଠା ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇ ନିଜର ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.