Home ଓଡ଼ିଶା ଆଣ୍ଠୁଏ ପାଣିରେ ଗାଁ

ଆଣ୍ଠୁଏ ପାଣିରେ ଗାଁ

347

ବଲାଙ୍ଗୀର,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଦେଶ ସ୍ବାଧୀନ ହେବାକୁ ହେଲାଣି ୭୩ ବର୍ଷ । ହେଲେ ବି ପରିସ୍ଥିତି ପୂର୍ବରୁ ଯାହା ଥିଲା ସେୟା । ଲୋକଙ୍କ ସୁବିଧା ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରୁଛନ୍ତି । ହେଲେ ଶେଷରେ ଫଳ ଶୂନ। ପ୍ରକୃତରେ ବାସ୍ତବ ଚିତ୍ର ଅଲଗା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କୁଟୁରାକେନ୍ଦ ଗାଁରେ । ସେହି ଗାଁ ରେ ଯିବାଆସିବା ପାଇଁ ରାସ୍ତା ନଥିବା ବେଳେ ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ପାଣି ଜମି ରହିବା ଯୋଗୁଁ ଆଣ୍ଠୁରେ ଆଣ୍ଠୁରେ ପାଣି ଭିତରେ ଥିବା ଆସିବା କରୁଛନ୍ତି ଲୋକେ।  ଏ ନେଇ ଅନେକ ଥର ଜିଲ୍ଲା ପ୍ରଶାସନକୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ନାହିଁ । ପୋଲ ନିର୍ମାଣ ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.