Home ଜିଲ୍ଲା ପରିକ୍ରମା ଆଜି ସୁଦ୍ଧା ମୋଟ ଆକ୍ରାନ୍ତ ୨୯୮, ଆକ୍ଟିଭ ଅଛନ୍ତି ୧୪ : ସିଲ ହେଲା ବାସୁଦେବପୁରର...

ଆଜି ସୁଦ୍ଧା ମୋଟ ଆକ୍ରାନ୍ତ ୨୯୮, ଆକ୍ଟିଭ ଅଛନ୍ତି ୧୪ : ସିଲ ହେଲା ବାସୁଦେବପୁରର ୫ ହୋଟେଲ, ବନ୍ଦ ହେଲା ବନ୍ତଛକ ଆମିଷ ମାର୍କେଟ

124

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରେ ମାତ୍ର ଜଣେ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣଙ୍କ ଲୋକାଲ କଣ୍ଟାକ୍ଟ ଏବଂ ଧାମନଗର ଅଞ୍ଚଳର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮ ହୋଇଥିବା ବେଳେ ସୁସ୍ଥ ହୋଇ ସାରିଛନ୍ତି ୨୮୪ । ଆକ୍ଟିଭ ଅଛନ୍ତି ମାତ୍ର ୧୪ଜଣ । ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଧାମନଗର ବ୍ଲକର ବେଦପୁର ଗ୍ରାମକୁ କଣ୍ଟେନମେଣ୍ଟଜୋନ ଓ ସୋହଡା ପଞ୍ଚାୟତକୁ ବଫରଜୋନ ଘୋଷଣା କରାଯାଇଛି । ସେହିପରି ଆଜିଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ର‌୍ୟାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂର ଶୁଭାରମ୍ଭ କରାଯାଇଛି । ଏଥିରେ ଯେଉଁ ରୋଗୀ ଜ୍ୱର, କାଶ ଆଦି ଲକ୍ଷଣ ଥାଇ ଚିକିତ୍ସା ପାଇଁ ମେଡିକାଲକୁ ଆସିବେ ସେମାନଙ୍କୁ ପ୍ରାଥମିକତା ଦିଆଯାଇ ଏହି ଟେଷ୍ଟିଂ କରାଯିବ । ଟେଷ୍ଟିଂର ଫଳାଫଳ ମାତ୍ର ୧ ଘଣ୍ଟା ମଧ୍ୟରେ ମିଳି ପାରିବ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କୋବିଡ ଆଇନ ଉଲଂଘନ କରି ହୋଟେଲ ବ୍ୟବସାୟ କରୁଥିବା ବାସୁଦେବପୁର ବଜାରର ୫ଟି ହୋଟେଲକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । କୋବିଡ ଆଇନ ଅନୁଯାୟୀ ହୋଟେଲ ମାଲିକ ମାନେ କେବଳ ପାର୍ସଲ ଭାବେ ଖାଦ୍ୟ ଯୋଗାଇ ପାରିବାକୁ ଥିବା ବେଳେ ବାସୁଦେବପୁର ବଜାରରେ ଥିବା ହୋଟେଲ ମା ଦୁର୍ଗା, ହୋଟେଲ ଆମ ଗାଁ, ହୋଟେଲ ମନିଷା, ହୋଟେଲ ସୁଭଦ୍ରା, ହୋଟେଲ ଅଭିଷେକ ଖାଦ୍ୟ ପାର୍ସଲ ଯୋଗାଇବା ପରିବର୍ତ୍ତେ ହୋଟେଲରେ ଗ୍ରାହକଙ୍କୁ ବସାଇ ଖାଇବାକୁ ଦେଉଥିଲେ । ପ୍ରଶାସନ ଏହି ଖବର ଜାଣିବା ପରେ ଆଜି ଅଚାନକ ଚଢଉ କରି ଏହି ହୋଟେଲ ଗୁଡ଼ିକୁ ସିଲ୍ କରିଛି । ସେହିପରି ଆଜି ଭଦ୍ରକ ପୌରପାଳିକା ପକ୍ଷରୁ ଭଦ୍ରକ ସହରର ବନ୍ତ ଛକ ଠାରେ ଥିବା ଆମିଷ ବଜାରକୁ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.