Home ଓଡ଼ିଶା ଆଜି ବ୍ୟାଙ୍କ ଷ୍ଟ୍ରାଇକ

ଆଜି ବ୍ୟାଙ୍କ ଷ୍ଟ୍ରାଇକ

305

ନୂଆଦିଲ୍ଲୀ,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ତେବେ ଏହି ଧର୍ମଘଟ ଡାକରାର ମୁଖ୍ୟ କାରଣ ଜାତୀୟ ବ୍ୟାଙ୍କ ଗୁଡିକର ମିଶ୍ରଣ ଓ ଜମା ଉପରେ ସୁଧହାର ହ୍ରାସ । ଏହି ପ୍ରତିବାଦରେ କିଛି ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ସଂଗଠନଙ୍କ ପକ୍ଷରୁ ଆଜି ଏହି ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି । ତେବେ ପୂର୍ବରୁ ମୁଖ୍ୟ ଶ୍ରମ କମିଶନରଙ୍କ ସହ ଆଲୋଚନା ସଫଳ ହୋଇନଥିଲା ।   ଆଜିର ବନ୍ଦ ଡାକରାରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏସନ AIBEA ସହ ବ୍ୟାଙ୍କ ଏମ୍ପ୍ଲୋଇଜ ଫେଡେରେସନ ଅଫ ଇଣ୍ଡିଆ BEFI  ସାମିଲ ହୋଇଛନ୍ତି । ମାତ୍ର ଧର୍ମଘଟରେ ବ୍ୟାଙ୍କର ଅଧିକାରୀ ଓ ଘରୋଇ ବ୍ୟାଙ୍କ ଏଥିରୁ ବାଦ ପଡିଛନ୍ତି । ଏହି ଧର୍ମଘଟ ର ପ୍ରଭାବ ଗ୍ରାହକମାନଙ୍କ ଉପରେ ସିଧା ପଡିପାରେ ବୋଲି ଆଶା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.