Home ଜିଲ୍ଲା ପରିକ୍ରମା ଆଜି ନୂଆ ୯ ଆକ୍ରାନ୍ତ ଚିହ୍ନଟ, ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରର ଅନ୍ତେବାସୀ : ଟ୍ରେନ...

ଆଜି ନୂଆ ୯ ଆକ୍ରାନ୍ତ ଚିହ୍ନଟ, ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରର ଅନ୍ତେବାସୀ : ଟ୍ରେନ ଯୋଗେ ପ୍ରବାସୀଙ୍କ ଆସିବା ଜାରି

271

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଆଜି ପୁଣି ନୂଆ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏ ନେଇ କୌଣସି ଉଦ୍‌ବେଗ ପ୍ରକଟ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିବା କାରଣରୁ ସଂକ୍ରମଣର ଆଶଙ୍କା ନାହିଁ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ସୂରଟ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଓ ଜଣେ ବାଙ୍ଗାଲୋରରୁ ଫେରିଛନ୍ତି । ସେମାନେ ରହୁଥିବା କ୍ୱାରେଣ୍ଟାଇନ ସେଣ୍ଟରଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହାକୁ ମିଶାଇ ଜିଲ୍ଳାର ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ପୂର୍ବରୁ ୩୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜି ୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋମନଙ୍କ ମଧ୍ୟରୁ ୫ ଜଣ ଗୁଜୁରାଟ ଓ ୩ ଜଣ ପଶ୍ଚିମବଙ୍ଗ ଓ ଜଣଙ୍କର କର୍ଣ୍ଣାଟକ ଲିଙ୍କ ଥିବାର ଜଣାପଡିଛି । ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ଅଧୀନସ୍ଥ ବାସୁଦେବପୁର, ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍‌ରେ ଥିବା ବିଭିନ୍ନ କ୍ୱାରେନଟାଇନ୍ ସେଣ୍ଟରରେ ରହିଥିବାର ସ୍ପଷ୍ଟ କରିଛନ୍ତି ଜିଲାପାଳ ଜ୍ଞାନ ଦାସ । ସମସ୍ତ ପ୍ରବାସୀମାନଙ୍କର ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଜ ନିଜର ବ୍ଲକ୍‌ରେ ଥିବା କ୍ୱାରେନଟାଇନ୍ ସେଣ୍ଟରକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୧୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଷ୍ଟେସନରେ ଟ୍ରେନ ଯୋଗେ ପ୍ରବାସୀଙ୍କ ଆସିବା ଜାରି ରହିଛି । ପୂର୍ବରୁ ୩ଟି ଟ୍ରେନରେ ୯୯୮ଜଣ ଆସି ସାରିଥିବା ବେଳେ ଆଜି ଆସିବାକୁ ଥିବା ୩ଟି ଟ୍ରେନ ମଧ୍ୟରୁ ପ୍ରଥମ ଟ୍ରେନଟି ଅପରାହ୍ନରେ ଆସି ପହଞ୍ଚି ସାରିଛି । ଆନ୍ଧ୍ରପ୍ରଦେଶର ଚତ୍ତୋରରୁ ଶ୍ରମିକ ସ୍ପେଶାଲ ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିବା ପରେ ଏଥିରୁ ବିଭିନ୍ନ ଜିଲ୍ଲାକୁ ଯିବାକୁ ଥିବା ଶ୍ରମିକମାନେ ଉହ୍ଲାଇଥିଲେ ।

 

ପ୍ରଥମେ ସେମାନଙ୍କୁ ପଞ୍ଜିକରଣ ଯାଞ୍ଚ କରାଯାଇଥିବା ବେଳେ ଯେଉଁମାନେ ପଞ୍ଜିକରଣ କରି ନାହାନ୍ତି ସେମାନଙ୍କ ପଞ୍ଜିକରଣ କରାଯାଇଛି ଗନ୍ତବ୍ୟ ସ୍ଥଳକୁ ପଠା ଯାଇଛି । ଏଥିରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ପ୍ରଭୃତି ଜିଲ୍ଲାର ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ଶ୍ରମିକ ଉହ୍ଲାଇଛନ୍ତି । ସେହିଭଳି ତାମିଲନାଡୁର ତିରିପୁରରୁ ଅନ୍ୟ ଏକ ଟ୍ରେନ ୩ଶହରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ପହଞ୍ଚିବାକୁ ଥିବା ବେଳେ ଆଉ ଏକ ଟ୍ରେନ ସୂରଟରୁ ୨୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଭଦ୍ରକ ଆସୁଅଛି । ତିରିପୁରରୁ ଆସୁଥିବା ଟ୍ରେନଟିରେ ଭଦ୍ରକ, ଅନୁଗୁଳ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋଦ୍ଧ;ା ପୁରୀ ପ୍ରଭୃତି ଜିଲ୍ଲାର ଶ୍ରମିକ ଅଛନ୍ତି । ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ନିଜ ଜିଲ୍ଲାକୁ ଯିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଆଜି ଯେଉଁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଉକ୍ତ ସ୍ଥାନରେ ଥିବା କ୍ୱାରେନଟାଇନ୍ ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡିକୁ ଜିଲାପାଳ ବିପର୍ଯ୍ୟୟ ପରିଚାଳନା ନିୟମ ମୂଳେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ସର୍ବଶେଷ ସୂଚନାରୁ ମିଳିଥିବା ତଥ୍ୟ ଅନୁସାରେ ଆଜି ଭଦ୍ରକ ମହାବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ଶ୍ରମିକ ରିଲିଫ୍ କେନ୍ଦ୍ରରେ ଥିବା ୯୬ ଜଣଙ୍କୁ ଦେବଗଡ ଜିଲା ପ୍ରଶାସନ ପକ୍ଷରୁ ଆସିଥିବା ଦୁଇଗୋଟି ଓଏସ୍‌ଆରଟିସି ସରକାରୀ ବସ୍ ଯୋଗେ ନିଜ ଜିଲାକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.