ନୂଆ ଦିଲ୍ଲୀ ୧-୭ (ଓଡ଼ିଆ ପୁଅ) ଆଜି, ଜୁଲାଇ ୧, ୨୦୨୧ ଅପରାହ୍ନ ୩ ଟା ସମୟରେ ଜାତୀୟ ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ।
ଏକ ଟ୍ଵିଟ୍ ମାଧ୍ୟମରେ ଗତକାଲି ପ୍ରଧାନମନ୍ତ୍ରୀ କହିଛନ୍ତି, “କୋଭିଡ-୧୯ ଲଢେଇରେ ସମସ୍ତ ଡାକ୍ତରଙ୍କ ଉଦ୍ୟମ ପାଇଁ ଭାରତ ଗର୍ବିତ। ୧ ଜୁଲାଇକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି। ଆସନ୍ତାକାଲି ଅପରାହ୍ନ ୩ ଟା ସମୟରେ @IMAIndiaOrg ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତର ଗୋଷ୍ଠୀଙ୍କୁ ସମ୍ବୋଧିତ କରିବି”।