Home ଓଡ଼ିଶା ଆଜି ଏହି ରୂପରେ ପୂଜା ପାଉଛନ୍ତି ମା ଦୁର୍ଗା

ଆଜି ଏହି ରୂପରେ ପୂଜା ପାଉଛନ୍ତି ମା ଦୁର୍ଗା

303

ଭୁବନେଶ୍ଵର,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ଦଶହରା କୁ ନେଇ ଏବେ ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ନବମୀଠାରୁ ମା ଦୁର୍ଗା ଏବେ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି । ତେବେ ଶାରଦୀୟ ନବରାତ୍ରୀର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଉଛନ୍ତି। ନିଜର ମନ୍ଦହାସ ଦ୍ଵାରା ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ମାତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ ଦଶଦିଗ ଉଦଭାସିତ ହୋଇଥାଏ। ମାଆ ଙ୍କର ଭୁଜ ସଂଖ୍ୟା ଆଠ, ମା ଅଷ୍ଟଭୁଜା ଅଟନ୍ତି। କମଣ୍ଡଳୁ, ଧନୁ ବାଣ, କମଳ ପୁଷ୍ପ, ଅମୃତ ପୂର୍ଣ୍ଣ କଳସ, ଚକ୍ର, ଗଦା ଆଦିରେ ପରିଶୋଭିତ ହୋଇଥାନ୍ତି ମା। ଏହିଦିନ ମା ସାଧକମାନଙ୍କର ମନ ଅନାହତ ଚକ୍ରରେ ସ୍ଥିତ ହୋଇଥାଏ। ମା ଙ୍କୁ ଭକ୍ତି କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.