Home ଓଡ଼ିଶା ଆଜିଠୁ ଆରମ୍ଭ ସୁରତ-ଭୁବନେଶ୍ୱକୁ ସିଧା ବିମାନ ସେବା

ଆଜିଠୁ ଆରମ୍ଭ ସୁରତ-ଭୁବନେଶ୍ୱକୁ ସିଧା ବିମାନ ସେବା

791

ଭୁବନେଶ୍ୱର ୨୦-୧ (ଓଡ଼ିଆ ପୁଅ) ଆଜି ଠାରୁ ଭୁବନେଶ୍ୱରରୁ ସୁରଟକୁ ଆରମ୍ଭ ହେବ ବିମାନସେବା। ସକାଳ ୮ଟା ୪୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଏ-୩୨୧ ଏଆଇ ବିମାନ ଯିବ ସୁରତ। ସୂଚନା ଅନୁସାରେ ସପ୍ତାହକୁ ଦୁଇ ଥର ଭୁବନେଶ୍ୱର ସୁରତ ମଧ୍ୟରେ ଭିତରେ ବିମାନ ଚଳାଛଳ ହେବ। ଏହି ସେବା ସରକାରୀ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଯୋଗାଇବ ବୋଲି ଜଣାପଡ଼ିଛି।

ତେବେ ଭୁବନେଶ୍ୱରରୁ ୮ଟା ୪୦ରେ ବାହାରି ସୁରତରେ ସକାଳ ୧୦ଟା ୪୦ରେ ପହଞ୍ଚିବ। ସେହିପରି ସୁରତରୁ ୧୧ଟା ୧୦ରେ ବାହାରି ବାଙ୍ଗାଲୁରୁରେ ଗୋଟାଏ ୧୦ରେ ପହଞ୍ଚିବ ବିମାନ।

ଶୁକ୍ରବାର ଓ ରବିବାର ଏହି ବିମାନ ସକାଳ ୬ଟା ୧୦ରେ ବେଙ୍ଗାଲୁରୁରୁ ବାହାରି ୮ଟାରେ ସୁରତରେ ପହଞ୍ଚିବ। ସୁରତରୁ ସାଢ଼େ ୮ଟାରେ ବାହାରି ଭୁବନେଶ୍ୱରରେ ସାଢ଼େ ୧୦ଟାରେ ପହଞ୍ଚିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.