Home Top News ଆଜିଠାରୁ ମା’ପରସା ଖାଇବେ ଶ୍ରୀଜୀଉମାନେ – ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ଆଜିଠାରୁ ମା’ପରସା ଖାଇବେ ଶ୍ରୀଜୀଉମାନେ – ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

137

ପୁରୀ, ୧୫/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଏହି ସ୍ୱତନ୍ତ୍ର ନୀତି ଦୀର୍ଘ ଏକ ମାସ ଅର୍ଥାତ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ। ସ୍ୱତନ୍ତ୍ର ନୀତି ଅନୁଯାୟୀ ଆଜି ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ୩:୩୦ରେ ଭିତର ସ୍ୱଧ, ୩:୪୫ରେ ମଙ୍ଗଳ ଆଳତି ଓ ରୋଷ ହୋମ, ଭୋର ୪:୩୦ ରେ ମଇଲମ ଓ ତଡ଼ପ ଲାଗି, ୫:୦୦ ଟାରେ ଅବକାଶ, ୫:୪୫ ରେ ସୂର୍ଯ୍ୟ ପୂଜା, ସକାଳ ୬ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇ ୬:୨୦ ରୁ ୬:୫୦ ମଧ୍ୟରେ ପହିଲି ଭୋଗ, ୭:୩୦ରୁ ୯:୦୦ ମଧ୍ୟରେ କୋଠ ଭୋଗ, ୯:୨୦ରୁ ୧୦:୦୦ଟା ମଧ୍ୟରେ ମଇଲମ ଓ ବେଶ ପରେ ଭୋଗ ମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ହୋଇ ଦିବା ପହୁଡ଼ ହୋଇଥିଲା। ମା’ ଲକ୍ଷ୍ମୀ ନିଜ ପିତୃଳାୟକୁ ଯାଇଥିବା ଯୋଗୁଁ ମା’ ମହାପ୍ରଭୁଙ୍କୁ ନିଜ ହାତ ରନ୍ଧା ପରୋସି ଖାଇବାକୁ ଦେବେ। ଏହି ପହିଲି ଭୋଗରେ ଶ୍ରୀଜୀଉ ମାନଙ୍କୁ ୨୩ ପ୍ରକାର ପିଠା ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଇଥାଏ। ଏହି ଭୋଗରେ ବଡ଼ ଝିଲି, ଦରସୁଆ ବଡ଼ି, ନଳି, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଣ୍ଠା, ମଣ୍ଡା, ଓ ଖଇର ଚୂଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ। ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ଼ ଲାଗି ଥାଏ। କିନ୍ତ, ଚଳିତ ବର୍ଷ କୋଭିଡ଼-୧୯ କଟକଣା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.