ହାଟଡ଼ିହି, ୨୫ । ୪ : କରୋନା ଲକଡାଉନ ସମୟରେ ରାଜ୍ୟ ବାହାରେ ରହିଥିବା ଛାତ୍ରଛାତ୍ରୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ଓଡିଶା ଫେରିବା ପାଇଁ ନାମ ପଞ୍ଜିକରଣ ବାଧ୍ୟତା ମୁଳକ କରିବାପରେ ଆଜିଠାରୁ ପ୍ରତି ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ନାମ ପଞ୍ଜିକରଣ ବ୍ୟବସ୍ଥା । ସେହିପରି ଅନଲାଇନରେ ମଧ୍ୟ ଆବେଦନ କରାଯାଉଛି । ଆଜି ପ୍ରତି ପଞ୍ଚାୟତର ପିଇଓ ଏବଂ ଜିଆରଏସ ମାନେ କାର୍ଯ୍ୟାଳୟରେ ବସି ରାଜ୍ୟ ବାହାରୁ ଆସିବାକୁ ଥିବା ଲୋକମାନଙ୍କ ପରିବାର ବର୍ଗଙ୍କ ଠାରୁ ଆବେଦନ ପତ୍ର ସଂଗ୍ରହ କରି ନାମ ପଞ୍ଜିକୃତ କରିଛନ୍ତି । ଆଜି ସନ୍ଧ୍ୟା ସୁଧା ଶାସଙ୍ଗ ପଞ୍ଚାୟତରେ ୧୦୬ଜଣ, ବଞ୍ଚୋ ପଞ୍ଚାୟତରେ ୧୩୦ଜଣ, ଜମ୍ଭୀରା ପଞ୍ଚାୟତରେ ୬୦ଜଣ, ବଡରମ୍ପାସ ପଞ୍ଚାୟତରେ ୨୨୦ଜଣ, ମରୈଗାଁରେ ୩୦୫, ଅକରୁଆ ପଞ୍ଚାୟତରେ ୫୧ଜଣ , ପଞ୍ଚୁଗୋଛିଆରେ ୨୩୫ଜଣ, ଡଅଁରରେ ୪୨ ଜଣ, ଅଁରାରେ ୪୫ଜଣ, ସମଣାରେ ୫ଜଣ, ହାବଳେଶ୍ୱରରେ ୨୦୦ଜଣ ଗେଡମାରେ ୪୦ଜଣ, ସଢ଼ାରେ ୭୨ଜଣ ଆବେଦନ ପତ୍ର ଦାଖଲ କରିଥିବା ଜଣାଯାଇଛି । ରାଜ୍ୟ ବାହାରୁ ଫେରିବାବୁ ଥିବା ଲୋକମାନେ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଆଇସୋଲେସନ ସେଣ୍ଟରରେ ୧୪ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଯାଇ ଘରକୁ ଫେରିବେ ବୋଲି ସରକାର ଘୋଷଣା କରିବାପରେ ଏବେ ପ୍ରତି ପଞ୍ଚାୟତରେ ଦୁଇଶହ ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ ସେଣ୍ଟର କରାଯିବାକୁ ବ୍ଲକ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବସ୍ଥା କରାଯାଉଛି ।