Home ଜିଲ୍ଲା ପରିକ୍ରମା ଆଜାଦି କା ଅମୃତ ମହୋତ୍ସବ : ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ନେହେରୁ ଯୁବକେନ୍ଦ୍ର ଦ୍ୱାରା ଫ୍ରିଡ଼ମ୍...

ଆଜାଦି କା ଅମୃତ ମହୋତ୍ସବ : ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ନେହେରୁ ଯୁବକେନ୍ଦ୍ର ଦ୍ୱାରା ଫ୍ରିଡ଼ମ୍ ରନ୍

35

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଦେଶ ତମାମ୍ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ୧୩ ଅଗଷ୍ଟ ରୁ ୨ ଅକ୍ଟୋବର ମଧ୍ୟରେ ପାଳନ କରାଯାଉଥିବା ଏହି ମହୋତ୍ସବରେ ଫିଟ୍ ଇଣ୍ଡିଆ ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଜିଲ୍ଲାକ୍ରୀଡ଼ା ବିଭାଗର ସହଯୋଗରେ ଆଜି ସକାଳେ ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ହଲାଇ ଏହି ଦୌଡ଼ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କୋଭିଡ଼୍ ନୀତି ପରିପାଳନ ଆଧାରରେ ଅନୁଷ୍ଠିତ ଏହି ଦୌଡ଼ରେ ଭଦ୍ରକ କଲେଜର ଯୁବ ଛାତ୍ରଛାତ୍ରୀ ଓ ନେହେରୁ ଷ୍ଟାଡ଼ିୟମ୍ ଫିଟ୍‌ନେସ୍ ର ଅଭ୍ୟାସକାରୀ ଯୁବ ବର୍ଗ ଅଂଶ ଗ୍ରହଣ କରିଥିଲେ । ଗାନ୍ଧୀ ପଡ଼ିଆ ପର୍ଯ୍ୟନ୍ତ ଏହି ଦୌଡ଼ ଅନୁଷ୍ଠିତ ହୋଇଥିଲା । ଦୌଡ଼ ଶେଷରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଖେଳକୁଦ, ଫିଟ୍ ରେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମନୋଜ ଦାସ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ, ଆବାହକ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଘ୍ନେଶ୍ ଏମ୍ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ନେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଯୁବପିଢ଼ୀ ହିଁ ଦେଶର ମେରୁଦଣ୍ଡ । ସେମାନେ ହିଁ ଆଗାମୀ କାଲିର ଭବିଷ୍ୟତ । ସେମାନେ ଫିଟ୍ ରହିଲେ ବହୁ କଷ୍ଟଲବ୍‌ଧ ସ୍ୱାଧୀନ ଭାରତର ଅଖଣ୍ଡତା ବଜାୟ ରହିପାରିବ ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଜୁନିୟର ଜାତୀୟ ସାଇକ୍ଲିଷ୍ଟ ସ୍ଥିତପ୍ରଜ୍ଞ ସୌମିକ୍ ପୋହି, ସାଇକ୍ଲିଂ କୋଚ୍ ଏବଂ ସ୍ପୋର୍ଟ ମୋଟିଭେଟର ମନୋରଞ୍ଜନ ବାରିକ, ଫିଜିକାଲ ଟ୍ରେନର ଜନ୍ମେଞ୍ଜୟ ବାରିକ୍‌, ଫୁଟବଲ ସ୍ପୋର୍ଟସ ଟ୍ରେନର ରବିନାରାୟଣ ଓଝା ଜାତୀୟ ଫୁଟବଲ ଖେଳାଳୀ ସୁଶାନ୍ତ କୁମାର ମହାପାତ୍ର, ଜାତୀୟ ଟିକଓଣ୍ଡୋ ଖେଳାଳୀ ଚିନ୍ମୟ ବେହେରା ଏବଂ ସତ୍ୟ ପ୍ରକାଶ ମହାନ୍ତି, ଜାତୀୟ ସାଇକ୍ଲିଷ୍ଟ ବର୍ଷାରାଣୀ ବାରିକ୍ ଏନ୍‌.ଏସ୍‌.ଏସ୍‌. ଅଧିକାରୀ ସୁଦର୍ଶନ ଦାସ ପ୍ରମୁଖଙ୍କୁ ପୁରଷ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.