Home ଓଡ଼ିଶା ଆଗାମୀ ଦୁଇ ମାସରେ ୧୫ ଦିନ ବ୍ୟାଙ୍କ ରହବ ବନ୍ଦ

ଆଗାମୀ ଦୁଇ ମାସରେ ୧୫ ଦିନ ବ୍ୟାଙ୍କ ରହବ ବନ୍ଦ

846

ଭୁବନେଶ୍ୱର: ଆସନ୍ତା ଦୁଇ ମାସ ନଭେମ୍ବର ଏବଂ ଡିସେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ଛୁଟି ରହିବ।ନଭେମ୍ବରରେ ୭ ଦିନ ଏବଂ ଡିସେମ୍ବରରେ ୮ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି।ନଭେମ୍ବର ୩ ତାରିଖ ରବିବାର, ୯ ତାରିଖ ଦ୍ବିତୀୟ ଶନିବାର, ୧୦ ତାରିଖ ରବିବାର, ୧୨ ତାରିଖ କାର୍ତ୍ତିକ ପୂର୍ଣ୍ଣିମା, ୧୭ ତାରିଖ ରବିବାର, ୨୩ ତାରିଖ ଚତୁର୍ଥ ଶନିବାର ଏବଂ ୨୪ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ।ସେହିଭଳି ଡିସେମ୍ବର ମାସରେ ୧ ତାରିଖରେ ରବିବାର, ୮ ତାରିଖ ରବିବାର, ୧୪ ତାରିଖ ଦ୍ବିତୀୟ ଶନିବାର, ୧୫ ତାରିଖ ରବିବାର, ୨୨ ତାରିଖ ରବିବାର, ୨୫ ତାରିଖ ବଡ଼ଦିନ, ୨୮ ତାରିଖ ଚତୁର୍ଥ ଶନିବାର ଏବଂ ୨୯ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.