ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ମହାବିଦ୍ୟାଳୟ ପକ୍ଷରୁ ଆଜି ଶତାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ଼ ଧରି ଟିକିରା ଗ୍ରାମ ଓ ଆଗରପଡ଼ା ମୁଖ୍ୟ ବଜାର ପରିକ୍ରମା କରିଥିଲେ । ସଚେତନତା ସ୍ଲୋଗାନ ଦେଇ କୁପାରୀ ଛକ ସ୍ଥିତ ମହତାବ ପ୍ରତିମୂର୍ତ୍ତି ଓ ଡାକ୍ତରଖାନା ପରିସରକୁ ଛାତ୍ର ଛାତ୍ରୀ ମାନେ ସଫେଇ କରିଥିଲେ । ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅର୍ନ୍ତଗତ ପରିବେଶ ସଫା ସୁତୁରା ରହିଲେ ଆମେ ସୁସ୍ଥ ଓ ନିରୋଗ ରହିବା ନେଇ ସଚେତନତାର ବାର୍ତ୍ତା ଦିଆଯାଇଥିଲା । ଯୁକ୍ତ ୩ ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରକାଶ କୁମାର ରାଉତ, ଯୁକ୍ତ ୨ ବିଭାଗୀୟ ମୁଖ୍ୟ ହରିହର ଦାସଙ୍କ ତତ୍ତ୍ୱାବଧାନରେ ନୋଡାଲ ଅଧିକାରୀ ଅଧ୍ୟାପକ ବିକାଶ କୁମାର ମହାପାତ୍ର, ତାରାକାନ୍ତ ମଲ୍ଲିକ, ଅଧ୍ୟାପିକା ସନ୍ଧ୍ୟାରାଣୀ ନାୟକ, ଅଧ୍ୟାପକ ପ୍ରଶାନ୍ତ ନାୟକ, ବିଜୟ କୁମାର ସେଣ୍ଢ, ଭାରତ ସ୍ୱାଇଁ, ଜଗନ୍ନାଥ ଦାସ, ଚୈତନ୍ୟ ତରିଆ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ । ଏନ୍ସିସି, ଏନ୍ଏନ୍ଏସ୍, ୱାଇଆର୍ସି ର ୨ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ମୁଖ୍ୟ ସହାୟକ ବିଜୟ କୁମାର ଦାସ, ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରି, ବ୍ରଜ ମୋହନ ପତି, ରାଜେନ୍ଦ୍ର ପାଣିଗ୍ରାହୀ, ମହେଶ୍ୱର ମଲ୍ଲିକ, ରବିନ୍ଦ୍ର ମୋହନ ପଣ୍ଡା, ଲୋକନାଥ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ସେହିପରି ସାଂସ୍କୃତିକ ବିଭାଗ ପକ୍ଷରୁ କବିତା ଲିଖନି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ ରୁ ଉର୍ଦ୍ଧ ଭାଗ ନେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧ୍ୟାପିକା ପ୍ରେମଲତା ଦାଶ, ସ୍ୱୟଂସିଦ୍ଧା ମିଶ୍ର ଏହାକୁ ପରିଚାଳନା କରିଥିଲେ ।








