Home ଜିଲ୍ଲା ପରିକ୍ରମା ଆଗରପଡ଼ା କଲେଜ କ୍ରିଡ଼ା ପ୍ରତିଯୋଗିତା ଉତ୍ସବ, ଶ୍ରେଷ୍ଟ ରାଜ୍ୟ ଗଠନରେ ଛାତ୍ର ଛାତ୍ରୀ ଭୂମିକା ଗୁରୁତ୍ୱ...

ଆଗରପଡ଼ା କଲେଜ କ୍ରିଡ଼ା ପ୍ରତିଯୋଗିତା ଉତ୍ସବ, ଶ୍ରେଷ୍ଟ ରାଜ୍ୟ ଗଠନରେ ଛାତ୍ର ଛାତ୍ରୀ ଭୂମିକା ଗୁରୁତ୍ୱ ପୂର୍ଣ୍ଣ-ବିଧାୟକ

23

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ମହାବିଦ୍ୟାଳୟ ପରିସରରେ ଆଜି ଯୁବ ଓଡ଼ିଶା ନବୀନ ଓଡ଼ିଶା ପ୍ରାୟୋଜିତ କ୍ରିଡ଼ା ପ୍ରତିଯୋଗିତାର ଉଦ୍‌ଘାଟନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ,ମୁଖ୍ୟ ମନ୍ତ୍ରୀ ନୁଆ ନୁଆ ଯୋଜନା ପ୍ରଣୟନ କରୁଛନ୍ତି । ଯାହାର ସୁଫଳ ସାମୂହିକ ଭାବେ ସମସ୍ତେ ପାଇବା ଦରକାର, ଏବେ ଛାତ୍ର ଛାତ୍ରୀଙ୍କ ଅର୍ନ୍ତନିହୀତ ଗୁଣର ପରିପ୍ରକାଶ କରିବା ପାଇଁ ଉଚ୍ଚ ମାଧ୍ୟମିକ ଏବଂ ଡିଗ୍ରୀ ମହାବିଦ୍ୟାଳୟ ସ୍ତରରେ କ୍ରିଡ଼ା ପ୍ରତିଯୋଗିତା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ସରକାର । ଏଥିରେ ଚେସ୍‌, କ୍ୟାରମ୍‌, ବେଡମିଣ୍ଟନ, କ୍ରିକେଟ୍‌, ଭଲି ବଲ୍‌, ଫୁଟୁ ବଲ୍ ଓ ବିଭିନ୍ନ ଆଥ୍‌ଲେଟିକ୍ କ୍ରିଡ଼ା ସମୂହରେ ଭାଗ ନେଇ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଭବିଷ୍ୟତରେ ଉଚ୍ଚ ସୋପାନରେ ପହଞ୍ଚି ଦେଶ ମାତୃକାର ଟେକ ରଖିପାରିବେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ପୂର୍ବତନ ସରପଞ୍ଚ ବିଜୟ ଜେନା, ମହାନ୍ତିପଡ଼ା ସମିତି ସଭ୍ୟ ନିର୍ମଳ ନାୟକ, ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ, ଜଇନୁଲ୍ ଆବେଦିନ ପ୍ରମୁଖ ମଞ୍ଚାସିନ ଥିଲେ । ସଭାକୁ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ପ୍ରଶାନ୍ତ ଦାସ ସଭାପତିତ୍ତ୍ୱ କରିଥିଲେ । ମୁଖ୍ୟ ସହାୟକ ବିଜୟ ଦାସ ପ୍ରାରମ୍ଭରେ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ସ୍ୱାଗତ ଅଭିଭାଷଣ, ମହେଶ୍ୱର ମଲ୍ଲିକ ଅତିଥି ପରିଚୟ ଓ ଶେଷରେ ପିଏମ୍ ସୋରେନ୍ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଅତିଥି ସମୂହ ବେଡମିଣ୍ଟନ କ୍ରିଡ଼ାକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ତାରାକାନ୍ତ ମଲ୍ଲିକ, ବିକାଶ ମହାପାତ୍ର, ନାରାୟଣ ଚନ୍ଦ୍ର ପୁରୀ, ପ୍ରେମଲତା ଦାସ, ସନ୍ଧ୍ୟାରାଣୀ ନାୟକ, ପ୍ରଶାନ୍ତ ନାୟକ, ହେମନ୍ତ ଓଝା, ବିଜୟ ସେଣ୍ଢ, ରାଜେନ୍ଦ୍ର ପାଣିଗ୍ରାହୀ,ସ୍ୱୟଂସିଦ୍ଧା ମିଶ୍ର, ସାବିତ୍ରୀ ମଞ୍ଜରି ଦାସ, ନିରଞ୍ଜନ ପାଲ, ଅଶୋକ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.