ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଆକଣ୍ଡଳମଣି ବିଜେପି ମଣ୍ଡଳ ପକ୍ଷରୁ ଆରଡିପୀଠ ମାଉସୀମା ମନ୍ଦିର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ବିଜେପି ଦଳର ପୂର୍ବତନ ଜିଲା ସଭାପତି ବଦ୍ରିନାରାୟଣ ଧଳ ଉଦଘାଟିତ କରିଥିବା ବେଳେ ଯୁବନେତା ଅଭୁମନ୍ୟୁ ସେଠୀ, କମଳାକାନ୍ତ ସୁତାର, ବିକାଶ ଶ୍ରେଷ୍ଠା, ଅଶୋକ ରାଉଳ, କାହ୍ନୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ସ୍ୱେଛାକୃତ ଭାବେ ୭୫ଜଣ ରକ୍ତଦାନ କରିଥିଲେ । ଏପରିକି ମୋଟ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରରେ ଭଦ୍ରକ ରକ୍ତ ଭଣ୍ଡାର ପକ୍ଷରୁ ଚିତ୍ତରଞନ ରାଉତ, ରତିକାନ୍ତ ବଳ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ବେଳେ କିଶୋର ନାୟକ, ଦେବଦତ୍ତ ପାଢୀ, ମନୋରଞନ ପାଢୀ, କିଶନ ପାଢୀ, ବାଲାଜୀ ଶଙ୍କର ପାଢୀ, ସୁବାଷ ସାହୁ, ଉତ୍ତମ ମିଶ୍ର, ପିଣ୍ଟୁ ନାୟକ, ସ୍ୱଦେଶ ପଣ୍ଡା, ଜୀବନାନ୍ଦ ପାଢୀ ମଣ୍ଟୁଆ ପାଢୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।








