Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ପୀଠର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଅଧିଗ୍ରହଣ ଜମିର ସରିଲା ମାପ, ବିସ୍ଥାପିତ ହେବେ...

ଆଖଣ୍ଡଳମଣି ପୀଠର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଅଧିଗ୍ରହଣ ଜମିର ସରିଲା ମାପ, ବିସ୍ଥାପିତ ହେବେ ୯୯ ପରିବାର, ଖୁବଶୀଘ୍ର ଆରମ୍ଭ ହେବ ଉନ୍ନୟନ ମୂଳକ କାର୍ଯ୍ୟ

27

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପୀଠର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଜନବସତିର ଗତ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ଚୂଡାନ୍ତ ମାପଚୁପ କାର୍ଯ୍ୟ ଶେଷ ହୋଇଛି । ଏହି ମାପୁଚପ ନିମନ୍ତେ ଭଦ୍ରକ ଜିଲାପାଳ ଓ ଜିଲା ଭୂଅର୍ଜନ ଅଧିକାରୀଙ୍କ ପରାମର୍ଶ କ୍ରମେ ସହକାରୀ ଜିଲାପାଳ ସୁଧାଂଶୁ ମୋହନ ସ୍ୱାଇଁଙ୍କ ସହ ଚାନ୍ଦବାଲି ତହସିଲର ଅମିନ ନାରାୟଣ ସାମଲ, ଆରଡି ଆରଆଇ ଦେବାଶିଷ ରାୟ, ଦୁର୍ଯ୍ୟୋଧନ ଦାସ, ଶୁକଦେବ ପ୍ରଧାନ, ଚନ୍ଦନ କୁମାର ମୁଣ୍ଡା, ଦଶରଥ ଦାସ, ଶୁକଦେବ ପ୍ରଧାନ, ଚନ୍ଦନ କୁମାର ମୁଣ୍ଡା, ଦଶରଥ ଦାସ ପ୍ରମୁଖ ପୀଠରେ ପହଞ୍ôଚ ମନ୍ଦିର ଚତୁଃପାଶ୍ୱର୍ରେ ୨୦ ମିଟର (୬୬ ଫୁଟ) ପରିଧିରେ ଥିବା ଜନବସତି ଗୁଡିକର ମାପଚୁପ କରିଥିଲେ । ଏହି ୨ୟ ପର୍ଯ୍ୟାୟରେ ୯୯ ପରିବାର ବିସ୍ଥାପିତ ହେବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥିପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଦପ୍ତରକୁ ପଠାଯାଇଥିଲା । ଉକ୍ତ କାର୍ଯ୍ୟ ପାଇଁ ଗତ ଜୁନମାସ ୨୩ ରେ ଅନୁମୋଦନ ପାଇବା ସହ ୪୨.୩୩ କୋଟି ଟଙ୍କା ମଂଜୁର କରାଯାଇଛି । ବିସ୍ଥାପିତ ପରିବାରଙ୍କ ପାଇଁ ୨୮.୨୬ କୋଟି ଟଙ୍କା ଅଟକଳ ହୋଇଥିବାବେଳେ ୧୪ କୋଟି ଟଙ୍କାରେ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ । ଏଥିପୂର୍ବରୁ ମନ୍ଦିର ବେଢା ଓ ସିଂହଦ୍ୱାର, ଶ୍ରାବଣୀ ମଣ୍ଡପର ରୂପାନ୍ତରଣ ପାଇଁ ଯୋଗାଇ ଦିଆଯାଇଥିଲା ୬ କୋଟି ଟଙ୍କା । ଯାହାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ôଚଛି । ୨ୟ ପର୍ଯ୍ୟନ୍ତ କାର୍ଯ୍ୟ ଆସନ୍ତା ୩ ମାସ ମଧ୍ୟରେ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.