Home ଓଡ଼ିଶା ଆଉ ୩ ସପ୍ତାହ ବଢିଲା ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

ଆଉ ୩ ସପ୍ତାହ ବଢିଲା ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

305

ଭୁବନେଶ୍ଵର, ୩୧/୧୦, ( ଓଡ଼ିଆ ପୁଅ ପି ନାୟକ): ବର୍ତ୍ତମାନ ସୁଦ୍ଧା ୪୧ଲକ୍ଷ ସଭ୍ୟ ସଂଗ୍ରହ କରାଯାଇଥିବା ବେଳେ ଏହାକୁ ଆଉ ୩ ସପ୍ତାହ ବଢାଯାଇଛି। ତେବେ ବର୍ତ୍ତମାନ ଏହି ଅଭିଯାନରେ ଯାଜପୁର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଆଗୁଆ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ବସିଥିଲା। ଯେଉଁଥିରେ ସଭ୍ୟ ସଂଗ୍ରହ ଅଭିଯାନ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଆଲୋଚନା ପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ୬୦ହଜାର ସଭ୍ୟ ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.