Home ଜିଲ୍ଲା ପରିକ୍ରମା ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ôଚତ ଅସହାୟ ଗୋପାଳକୁ ସହାୟତା ଲୋଡା

ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ôଚତ ଅସହାୟ ଗୋପାଳକୁ ସହାୟତା ଲୋଡା

33

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପଞ୍ଚାୟତ ଅନ୍ତର୍ଗତ ଊତ୍ତରାଗଡିଆ ଗ୍ରାମର ରୋଗାକ୍ରାନ୍ତ ଗୋପାଳ ହେମ୍ରମ(୭୦) ବେସାହାରା ହୋଇବାରଓଳି ଶୁଣ୍ଡିପିଣ୍ଡା ହେଉଥିବା ବେଳେ ଅର୍ଥ ଅଭାବ ଚିକିତ୍ସାରେ ବାଧକ ହୋଇଛି । କେଉଁଝର ଜିଲ୍ଲାର ମୂଳ ବାସିନ୍ଦା ଗୋପାଳ ବାପଙ୍କ ସହ ସତୁରି ବର୍ଷ ପୂର୍ବେ ଆସି ଉତ୍ତରାଗଡିଆରେ ବସବାସ କରୁଛନ୍ତି । ପରିବାର କହିଲେ ପତ୍ନୀ ଲକ୍ଷ୍ମୀ ହେମ୍ରମ(୬୫) । ଏକମାତ୍ର ପୁଅ ରୋଗରେ ପଡି ଦଶବର୍ଷ ପୂର୍ବେ ଆରପାରିକୁ ଯାଇଛି । ଗୋପାଳ ଗଛ କାଟୁଥିବା ବେଳେ କଟାଗଛ ଗୋଡ ଉପରେ ପଡିବାରୁ ଗୋଡ ଦୁଇବର୍ଷ ହେବ ଅଚଳ ହୋଇଛି । କାର୍ଯ୍ୟ ପାଇଁ ଅକ୍ଷମ ହୋଇଥିବା ଗୋପାଳକୁ ସରକାରଙ୍କ ପକ୍ଷରୁ ଅନ୍ତେଦୟ ଯୋଜନାରେ ୩୫ କିଲୋ ଚାଉଳ ଓ ପାଞ୍ଚଶହ ଟଙ୍କା ଭତ୍ତାରେ ଦୁଃଖେକଷ୍ଟେ ଚଳିଯାଉଥିଲା । ହେଲେ ଚିକିତ୍ସା ଅଭାବରୁ ଯନ୍ତ୍ରଣା ହେବାକୁ ପତ୍ନୀ ଗୋପାଳକୁ ଘରୁ ତଡିଦେଇଛି । ସ୍ଥାନୀୟ ପଟ୍ଟାପୋଲ ବଜାରରେ ଗୋପାଳ ଅସହାୟ ଭାବେ ପଡିରହିଛି । ବଜାରର ବ୍ୟବସାୟୀମାନେ ଗୋପାଳକୁ ଯଥା ସମ୍ଭବ ସହାୟତା କରୁଛନ୍ତି । ମାତ୍ର ସମ୍ପୁର୍ଣ୍ଣ ଚିକିତ୍ସା ପାଇଁ ସରକାରୀ ସହାୟତାର ଆବଶ୍ୟକତା ରହିଛି । ପ୍ରଶାସନ ପକ୍ଷରୁ ଗୋପାଳର ଚିକିତ୍ସା କରାଗଲେ ଅବଶିଷ୍ଟ ଜୀବନ ଅତିବାହିତ କରିପାରନ୍ତା ବୋଲି ବଜାରବାସୀ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.