ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରିପବ୍ଳିକ ଟିଭିର ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଯେଉଁପରି ଭାବେ ଗିରଫ କଲା ତାହାକୁ ନୟାଗଡ଼ ବିକାଶ ମଂଚ ପକ୍ଷରୁ ନିନ୍ଦା କରାଯିବା ସହ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଯେଉଁପରି ଭାବରେ ବଳପୂର୍ବକ ଉଠାଇ ନିଆଗଲା ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଉଦ୍ଧବ ସରକାରଙ୍କ ଏକଛତ୍ରବାଦ ବୋଲି ମଂଚ ପକ୍ଷରୁ କୁହାଯାଇଛି।