କୋରାପୁଟ ୦୪-୦୧ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ନିୟନ୍ତ୍ରୀତ ବଜାର କମିଟି(ଆରଏମସି)ର ଭାରପ୍ରାପ୍ତ ସମ୍ପାଦକ ଭାବେ ଅରୁଣ କୁମାର ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୀର୍ଘ ଦିନରୁ କୋରାପୁଟ ଆରଏମସିର ସମ୍ପାଦକ ପଦବୀ ଖାଲି ରହିଥିଲା। ଆରଏମସି ଅଧ୍ୟକ୍ଷ ତଥା କୋରାପୁଟ ଉପ-ଜିଲ୍ଲାପାଳ ବିଭିନ୍ନ ସମୟରେ ନିଜ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ନୀଳକଣ୍ଠ ନାଇଡୁ, ଆଲୋକ କୁମାର ଅନୁଗୁଳିଆ ଓ ଜ୍ଞାନଜିତ ତ୍ରିପାଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ କାମ ଚଳାଇ ଆସୁଥିଲେ। ୨୦୨୦ ଡିସେମ୍ବର ୩୧ରେ ଓସାମ ବୋର୍ଡ ଶ୍ରୀ ଜେନାଙ୍କୁ ଭାରପ୍ରାପ୍ତ ସମ୍ପାଦକ ଭାବେ ଅବସ୍ଥାପୀତ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ସୋମବାର ଶ୍ରୀ ଜେନା ଦାୟିତ୍ୱ ଗ୍ରହଣ କରିବା ପରେ ବିଦାୟୀ ସମ୍ପାଦକ ଓ ଅନ୍ୟାନ୍ୟ କର୍ମଚାରୀ ସମ୍ବର୍ଦ୍ଧନା ଜଣାଇଥିଲେ।








