Home ଓଡ଼ିଶା ଅମାନିଆ ଙ୍କୁ ଖାଲି ମାଡ…………… ରଣପୁର ସବ୍‌ଜେଲ୍ ଓ ଅତ୍ୟାବଶ୍ୟକୀୟ ଦୋକାନରେ ସଚେତନତା

ଅମାନିଆ ଙ୍କୁ ଖାଲି ମାଡ…………… ରଣପୁର ସବ୍‌ଜେଲ୍ ଓ ଅତ୍ୟାବଶ୍ୟକୀୟ ଦୋକାନରେ ସଚେତନତା

220

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୩-ନୟାଗଡ ଜିଲ୍ଲାରେ ଲକ୍ ଡାଉନ୍ ସମୟରେ ରଣପୁର ଥାନା ଅଂଚଳରେ ନିୟମ ଉଲଙ୍ଘନକାରୀଙ୍କୁ ମାଡଦେବା ଫଳରେ ଅଯଥା ରେ ବାହାରକୁ ଆସୁଥିବା ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ, ନୋଡାଲ ଅଧିକାରୀ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ଓ ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ରଣପୁରରେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲାଥିବା ପରିବା ଦୋକାନ, ଗ୍ରୋସରୀ ଦୋକାନ ଓ ଔଷଧ ଦୋକାନ ମାନଙ୍କରେ ସାମାଜିକ ଦୁରତ୍ୱ ବଜାୟ ରଖିବା ପାଇଁ ଗୋଲେଇ ଓ ଚର୍ତୁଭୁଜ ସାଇଜ୍ ସ୍ଥାନରେ ଚିହ୍ନିତ କରି ଗ୍ରାହକ ମାନଙ୍କୁ ଆବଶ୍ୟକୀୟ ପଦାର୍ଥ କ୍ରୟ କରିବା ପାଇଁ ସଚେତନ କରାଇଥିଲେ । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଓ ରଣପୁର ଡାକ୍ତର ବୈଦ୍ୟନାଥ ନନ୍ଦ ରଣପୁର ସବ୍ ଜେଲ୍ ଭିତରକୁ ଯାଇ ଅନ୍ତେବାସୀ ମାନଙ୍କୁ ସାମାଜିକ ଦୁରତ୍ୱ ବଜାୟ ରଖିବା ପାଇଁ ସଚେତନ କରାଇଥିବା ଜଣା ପଡିଛି ।

ରଣପୁର ସବ୍ ଜେଲ୍ ର ଜେଲର୍ ବାବୁଲି ବାରିକ ସମସ୍ତ ଅନ୍ତେବାସୀ ମାନଙ୍କୁ ନିୟମ ମାନିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ରଣପୁର ଥାନା କେସ୍ ନଂ-୮୫ରେ ଜଣେ ଉଲଙ୍ଘନାକରୀଙ୍କ ଅଭିଯୋଗରେ ମାମଲା ଋଜୁ ହୋଇଥିବା ଜଣା ପଡିଛି । ରଣପୁର ଥାନା ଅଂଚଳରେ ୩ଗୋଟି ମୋବାଇଲ୍ ଟିମ୍ ଗାଁ ଗହଳି, ରାସ୍ତା ଘାଟରେ ପେଟ୍ରୋଲିଙ୍ଗ୍ ଜାରି ରଖିଛନ୍ତି । ଅଯଥାରେ ରାସ୍ତା ଘାଟରେ ବୁଲୁଥିବା ଲୋକଙ୍କୁ ସଚେତନ କରାଉଛନ୍ତି । ଅମାନିଆ ହେଲେ ଖାଲି ମାଡ ମଧ୍ୟ ଦିଆଯାଉଛି । ରଣପୁର ପୋଲିସ୍ ର ଏ ମାଡତତ୍ୱ ଫଳରେ ଲୋକମାନେ ଘରଛାଡି ବାହାରକୁ ଆସିବା ପାଇଁ ସାହାସ କରୁନାହାନ୍ତି । ଅମାନିଆ ହେଲେ ଆଗକୁ ଅଧିକ ମାଡ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ଚାନ୍ଦପୁର ଥାନା ଅଂଚଳ ମଧ୍ୟ ଏଥିରୁ ବାଦ ପଡିନି । ଏସ୍‌.ଡି.ପି.ଓ ଶରଣକୁଳ ଏସ୍‌.ଟପୋ ରଣପୁର ଏବଂ ଚାନ୍ଦପୁର ଥାନା ଅଂଚଳରେ ଉପସ୍ଥିତ ରହି ପ୍ରତ୍ୟକ୍ଷ ତତ୍ୱାବଧାନ ଚଲାଇଥିବା ଜଣା ପଡିଛି ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.